୭୫ ବର୍ଷର ମୋଦି ଫ୍ୟାନ୍‌ଙ୍କୁ ପିଟିପିଟି ମାରିଦେଲେ କଂଗ୍ରେସ-ଡିଏମ୍‌କେ ସମର୍ଥକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

୭୫ ବର୍ଷର ମୋଦି ଫ୍ୟାନ୍‌ଙ୍କୁ ପିଟିପିଟି ମାରିଦେଲେ କଂଗ୍ରେସ-ଡିଏମ୍‌କେ ସମର୍ଥକ!

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ୭୫ ବର୍ଷ ବୟସ୍କ ଫ୍ୟାନ୍‌ଙ୍କୁ କଂଗ୍ରେସ୍‌-ଡିଏମ୍‌କେ ମେଣ୍ଟର ସମର୍ଥକ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଶନିବାର ତାମିଲନାଡ଼ୁରେ ଏହି ଘଟଣା ଘଟିଛି।

ଗୋବିନ୍ଦରଞ୍ଜନ ନାମକ ଏହି ବୟସ୍କ ବ୍ୟକ୍ତି ଲୋକସଭା ନିର୍ବାଚନ ପାଇଁ ମୋଦିଙ୍କ ପ୍ରଚାର କରୁଥିଲେ। ସେ ପୂର୍ବତନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ବିଜେପିର ମେଣ୍ଟ ସହଯୋଗୀ ଏଆଇଏଡିଏମ୍‌କେର ଆଦର୍ଶ ଜୟଲଳିତା ଏବଂ ମୋଦିଙ୍କ ଫଟୋ ଥିବା ଟି-ଶାର୍ଟ ପିନ୍ଧି ସାରା ରାଜ୍ୟରେ ପ୍ରଚାର କରୁଥିଲେ।

ଅର୍ଥନାଡ଼ୁଠାରେ ବୟସ୍କ ବ୍ୟକ୍ତି ଜଣକ ବିଜେପି-ଏଆଇଏଡିଏମ୍‌କେ ପାଇଁ ପ୍ରଚାର କରୁଥିବାବେଳେ ତାଙ୍କ ସହ ଯୁକ୍ତି କରିବା ପରେ ତାଙ୍କୁ ପ୍ରବଳ ମାଡ଼ ମାରିଥିବା ବ୍ୟକ୍ତି ଗୋପୀନାଥକୁ ପୁଲିସ୍‌ ଗିରଫ କରିଛି। ଏହି ବୃଦ୍ଧ ଜଣକ ଏଆଇଏଡିଏମ୍‌କେ ପ୍ରତିଷ୍ଠାତା ଏମ୍‌ଜି ରାମଚନ୍ଦ୍ରନ୍‌ଙ୍କର ଦୃଢ଼ ସମର୍ଥକ ରହି ଆସିଛନ୍ତି। ଉଭୟ ରାଜନୀତିକ ବିଚାରକୁ ନେଇ ଯୁକ୍ତି କରିବା ପରେ ଗୋବିନ୍ଦରଞ୍ଜନଙ୍କ ଉପରେ ଗୋପୀନାଥ ଆକ୍ରମଣ କରିଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ସକାଳ ୯ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ରବିବାର ଗୋପୀନାଥଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ପୁଲିସ୍‌ କହିଛି ଅଭିଯୁକ୍ତ ଗୋପୀନାଥ ଜଣେ କଂଗ୍ରେସ- ଡିଏମ୍‌କେ ସମର୍ଥକ ହୋଇଥିବା ସନ୍ଦେହ କରାଯାଉଛି।



from Odisha Reporter http://bit.ly/2Z7rkjL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages