‘ନିର୍ବାଚନ ଆସିଲେ ବିଜେଡି ଓ ବିଜେପିର ଦଳିତଙ୍କ କଥା ମନେପଡ଼େ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

‘ନିର୍ବାଚନ ଆସିଲେ ବିଜେଡି ଓ ବିଜେପିର ଦଳିତଙ୍କ କଥା ମନେପଡ଼େ’

ଭୁବନେଶ୍ୱର : “ନିର୍ବାଚନ ଆସିଗଲେ ବିଜେପି-ବିଜେଡି ନେତାଙ୍କର ଦଳିତମାନଙ୍କ କଥା ମନେପଡ଼େ।” ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କର ୧୨୯ ତମ ଜୟନ୍ତୀରେ ଏ.ଜି ଛକଠାରେ ଥିବା ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେବା ଅବସରରେ ଭୁବନେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ଜନାର୍ଦ୍ଦନ ପତି ଏହା କହିଛନ୍ତି। ଦଳିତ-ଆଦିବାସୀମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟରେ ବ୍ୟୟ ବରାଦ ଧାରାବାହିକ ଭାବେ କମା ଯାଉଥିବା ବେଳେ ଏପ୍ରକାର ଦଳିତ ପ୍ରୀତି କୁମ୍ଭୀର କାନ୍ଦଣା ନୁହେଁ ତ ଆଉ କ’ଣ ବୋଲି ଶ୍ରୀ ପତି ପ୍ରଶ୍ନ କରିଥିଲେ।

ବିଜେପି ଶାସିତ ଗୁଜରାଟରେ ଜୀବିକା ପାଇଁ ପଶୁ ଛାଲ ଉତାରୁଥିବା ଦଳିତମାନଙ୍କୁ ମାଡ଼ ମାରି ଲହୁ ଲୁହାଣ କରାଯାଇଛି। ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରରେ ଦଳିତମାନେ ଧର୍ଷଣ ଓ ଗୃହ ଦାହର ଶୀକାର ହେଉଛନ୍ତି। ପ୍ରତିଦିନ ମଇଳା ଟାଙ୍କି ସଫା କରିବାକୁ ଯାଇ ୧୨ ଜଣ ଦଳିତ ପ୍ରାଣ ହରାଉଥିବା ବେଳେ ପ୍ରଧାନମନ୍ତ୍ରୀ ଏହାକୁ ଆଧ୍ୟାତ୍ମିକ ଆନନ୍ଦ ବୋଲି ବର୍ଣ୍ଣନା କରି ଦଳିତମାନଙ୍କ ପ୍ରତି ତାଚ୍ଛଲ୍ୟ କରିଛନ୍ତି। ଦଳିତମାନଙ୍କର ପାଦ ଧୋଇ ଫଟୋ ଉଠାଉଛନ୍ତି। ଅଥଚ ଦଳିତମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଘରୋଇ କ୍ଷେତ୍ରକୁ ସଂପ୍ରସାରିତ କରିବାକୁ ଅସ୍ୱୀକାର କରୁଛନ୍ତି।

ଆମ ରାଜ୍ୟର ବିଜେଡି ସରକାର ଅମଳରେ ଦଳିତମାନଙ୍କ ଉପରେ ନିର୍ଯ୍ୟାତନା ବଢ଼ି ଚାଲିଛି। କେରଡ଼ାଗଡ଼ ଜଗନ୍ନାଥ ମନ୍ଦିରରେ ଦଳିତମାନେ ପ୍ରବେଶ କରି ନପାରି ବାହାର ବେଢ଼ା କାନ୍ଥରେ ଥିବା ଜଳାବାଟେ ଠାକୁର ଦର୍ଶନ କରୁଛନ୍ତି। ଖୋର୍ଦ୍ଧା ଛଣଗିରିରେ ଦଳିତମାନେ ସାମାଜିକ ବହିଷ୍କାରର ଶିକାର ହେଉଥିଲେ ମଧ୍ୟ ନବୀନ ଶାସନ ନିରବ ରହୁଛି। ଏ ପ୍ରକାର ଦଳିତ ବିରୋଧୀ ଓ ସମ୍ବିଧାନ ବିରୋଧୀ ବିଜେପି-ବିଜେଡିକୁ ନିର୍ବାଚନରେ ପରାସ୍ତ କରିବାକୁ ଜନାର୍ଦ୍ଦନ ପତି ଆହ୍ୱାନ କରିଥିଲୋ

ସକାଳେ ସାଲିଆ ସାହି ବସ୍ତିରେ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଥିଲା। ସନ୍ଧ୍ୟାରେ ଶହୀଦ୍ ନଗର ମୁସଲିମ୍ ବସ୍ତି ଓବଜାରରେ ପଥପ୍ରାନ୍ତ ସଭା ହୋଇଥିଲା। ଟାଙ୍ଗୀରେ ହୋଇଥିବା ସଭାରେ କୃଷକ ନେତା ଜଗନ୍ନାଥ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।



from Odisha Reporter http://bit.ly/2UgVdun

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages