
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ନିମନ୍ତେ ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ଆସନ୍ତାକାଲି ରାଉରକେଲା, ଅନୁଗୋଳ ଓ ଫୁଲବାଣୀରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗ ଦେବେ।
ରାଜ୍ୟ ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ସକାଳ ୧୦ଟା ୪୫ମିନିଟରେ ରାଉରକେଲାଠାରେ ପହଞ୍ôଚ ସାଧାରଣ ସଭାରେ ଉଦବୋଧନ ଦେବେ। ତା’ପରେ ସାଢ଼େ ୧୨ଟାରେ ଅନୁଗୋଳ ଓ ଅପରାହ୍ନ ୨ଟାରେ ଦଳର ବିଜୟ ସଂକଳ୍ପ ସାମିଲ ହେବେ। ସୂଚନାଯୋଗ୍ୟ, ଯୋଗୀ ପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ ମଧ୍ୟ ତାଙ୍କ ବିମାନକୁ ଖରାପ ପାଗ ନିମନ୍ତେ ଅବତରଣ ପାଇଁ ଅନୁମତି ମିଳିନଥିଲା। ସେ ବ୍ରହ୍ମପୁରରେ ଏକ ସଭାକୁ ଫୋନ୍ ଯୋଗେ ସମ୍ବୋଧିତ କରିଥିଲେ।
from Odisha Reporter http://bit.ly/2UdNjlm
No comments:
Post a Comment