ରାହୁଲଙ୍କ ଓଡ଼ିଶା ଗସ୍ତ ଦଳ ପାଇଁ, ନା ମୁଖିଆଙ୍କ ପୁଅ ପାଇଁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ରାହୁଲଙ୍କ ଓଡ଼ିଶା ଗସ୍ତ ଦଳ ପାଇଁ, ନା ମୁଖିଆଙ୍କ ପୁଅ ପାଇଁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ନିର୍ବାଚନ ସରିବାକୁ ବସିଥିବା ବେଳେ ଏବେ ତାଙ୍କର ମନେ ପଡିଛି ଓଡ଼ିଶା କଥା। ଦଳର ସ୍ଥିତି ଦୁର୍ବଳରୁ ଦୁର୍ବଳତର ହେଉଥିବା ବେଳେ ଏଥର ଜନମତ ଯୁଦ୍ଧରେ ରାଜ୍ୟରେ ଦଳ ୩ୟ ସ୍ଥାନକୁ ଚାଲି ଆସିଛି କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସର ଭାଗ୍ୟଡୋର ହାତରେ ଧରିଥିବା ରାହୁଳ ଯେଭଳି ପଦକ୍ଷେପ ନେବାକଥା ସେଭଳି ନେଉ ନ ଥିବା ଆଲୋଚନା ହେଉଥିଲା।

ଏପରିକି ବିଜେପି ଓ ବିଜେଡି ପ୍ରଚାର ଭଳି କଂଗ୍ରେସ ପ୍ରଚାର ଆଦୌ ଉତ୍ସାହଜନକ ନୁହେଁ ବୋଲି କହିହେବ। ଏ ନେଇ ନିକଟରେ ଓଡ଼ିଶା ରିପୋର୍ଟରରେ ଆମେ ଏକ ଲେଖା ମଧ୍ୟ ପ୍ରକାଶିତ କରିଥିଲୁ। ଯାହାର ଦିନକ ପରେ ରାହୁଲ ଓଡ଼ିଶା ଆସୁଥିବା କଥା ଘୋଷଣା ହୋଇଛି। ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଏହି ଅବସରରେ ସେ ବାଲେଶ୍ୱରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଜଗତସିଂହପୁରରେ ମଧ୍ୟ ସଭା କରିପାରନ୍ତି ରାହୁଲ। କଂଗ୍ରେସ ସଭାପତିଙ୍କ ଓଡ଼ିଶା ଗସ୍ତ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏ ସୂଚନା ଦେଇଛନ୍ତି।

ଏଣେ ଶେଷରେ ରାହୁଳଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ଆଲୋଚନା। ୩ ପର୍ଯ୍ୟାୟ ନିର୍ବାଚନ ସରିଥିବାରୁ କଂଗ୍ରେସ ଦଳର ସଫଳତା ନେଇ ସେଭଳି ଆଶାବାଦୀ ନାହିଁ। ବରଂ ଏହି ପର୍ଯ୍ୟାୟରୁ କଂଗ୍ରେସ ଖାତାରେ କିଛି ଆସନ ପଡିବ ବୋଲି ଆଶା କରି ହୁଏତ ଦଳପତି ଓଡିଶା ଆସୁଛନ୍ତି ବୋଲି କୁହାଯାଇପାରେ। ଏଣେ ଓଡ଼ିଶା କଂଗ୍ରେସ ଶିବିରରେ ଏହାକୁ ନେଇ ମଧ୍ୟ ଆଲୋଚନା ହେଉଛି ଯେ, ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ଏଥର ବାଲେଶ୍ୱରରୁ ନିର୍ବାଚନ ଲଢୁଥିବାରୁ ଖୋଦ୍‌ ରାହୁଳ ଗାନ୍ଧି ତାଙ୍କ ପ୍ରଚାର ପାଇଁ ଆସୁଛନ୍ତି। ନିରଞ୍ଜନଙ୍କ ସହ ଭଲ ସମ୍ପର୍କ ଥିବାରୁ ବୋଧହୁଏ ଶେଷ ବେଳକୁ ରାହୁଲ ଓଡ଼ିଶା ଆସିବାକୁ ମଙ୍ଗିଲେ ବୋଲି କଂଗ୍ରେସ ଶିବିରରେ ଚାଲିଛି ଟୁପୁର ଟାପର।

ଯଦି କଥାଟି ସତ ହୋଇଥାଏ, ତେବେ କଂଗ୍ରେସରୁ ହାତ ଛାଡ଼ି ବିଜେଡିରେ ମିଶିଥିବା ନେତ୍ରୀ ସୁମିତ୍ରା ଜେନାଙ୍କ କଥାଟି ସତ ବୋଲି ଭାବିବାକୁ ପଡିବ। କାରଣ ସୁମିତ୍ରା ନିରଞ୍ଜନଙ୍କୁ ବିରୋଧ କରିବାକୁ ଯାଇ କହିଥିଲେ ଏହା ନିରଞ୍ଜନଙ୍କ ବାପ-ପୁଅଙ୍କ କଂଗ୍ରେସ, ରହୁଲଙ୍କ କଂଗ୍ରେସ ନୁହେଁ।



from Odisha Reporter http://bit.ly/2XsPenW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages