ମୁମ୍ବାଇର ବ୍ୟାଟିଂ, ରାଜସ୍ଥାନ ଟିମରେ ୩ ପରିବର୍ତ୍ତନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ମୁମ୍ବାଇର ବ୍ୟାଟିଂ, ରାଜସ୍ଥାନ ଟିମରେ ୩ ପରିବର୍ତ୍ତନ

ଜୟପୁର: ଚଳିତ ଆଇପିଏଲର ୩୬ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ରାଜସ୍ଥାନର ନୂଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ।

ଏହି ମ୍ୟାଚ୍ ପାଇଁ ରାଜସ୍ଥାନ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। ସ୍ମିଥଙ୍କ ସମେତ ବେନ୍ ଷ୍ଟୋକ୍ସ ଓ ରିୟାନ ପରାଗ ଦଳକୁ ଫେରିଛନ୍ତି। ତେବେ ଇଂଲିଶ୍ ବ୍ୟାଟ୍ସମ୍ୟାନ୍ ଜୋସ ବଟଲର, ଈଶ୍ ସୋଢୀ ଓ ରାହୁଲ ତ୍ରିପାଠୀ ବାଦ୍ ପଡ଼ିଛନ୍ତି। ଅନ୍ୟପକ୍ଷରେ ମୁମ୍ବାଇ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି ।

ଜୟନ୍ତ ଯାଦବଙ୍କ ସ୍ଥାନରେ ମୟଙ୍କ ମାର୍କଣ୍ଡେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ସୂଚନାଯୋଗ୍ୟ, ମୁମ୍ବାଇ ତା’ର ପୂର୍ବ ମ୍ୟାଚରେ ରାଜସ୍ଥାନ ନିକଟରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ଜିତି ମୁମ୍ବାଇ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି।

ମୁମ୍ବାଇ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ୍ ଡି’କକ୍, ବେନ୍ କଟିଙ୍ଗ୍, ସୂର୍ଯ୍ୟକୁମାର ଯାଦବ, କୃନାଲ୍ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ, ରାହୁଲ ଚହର୍, ମୟଙ୍କ ମାର୍କଣ୍ଡେ, ଯଶପ୍ରୀତ ବୁମ୍ରା, ଲସିଥ୍ ମାଲିଙ୍ଗା।

ରାଜସ୍ଥାନ ଏକାଦଶ: ଆଜିଙ୍କ୍ୟ ରାହାଣେ, ସଞ୍ଜୁ ସାମସନ, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ଆଷ୍ଟନ୍ ଟର୍ଣ୍ଣର, ବେନ୍ ଷ୍ଟୋକ୍ସ, ରିୟାନ୍ ପରା. ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବିନ୍ନି, ଶ୍ରେୟସ ଗୋପାଳ, ଜୟଦେବ ଉନାଦକତ୍, ଧୱଲ କୁଲକର୍ଣ୍ଣି।



from Odisha Reporter http://bit.ly/2GwTBZu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages