ରାହାଣେଙ୍କ ସ୍ଥାନରେ ସ୍ମିଥ୍ ରାଜସ୍ଥାନ ରୟାଲ୍ସ ଅଧିନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ରାହାଣେଙ୍କ ସ୍ଥାନରେ ସ୍ମିଥ୍ ରାଜସ୍ଥାନ ରୟାଲ୍ସ ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲର ଦ୍ୱାଦଶ ସିଜନରେ ରାଜସ୍ଥାନ ରୟାଲ୍ସର ଖରାପ ପ୍ରଦର୍ଶନ ପରେ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଷ୍ଟିଭେନ୍ ସ୍ମିଥଙ୍କୁ ବାକି ମ୍ୟାଚ୍ ପାଇଁ ଟିମର କ୍ୟାପଟେନ୍ କରାଯାଇଛି। ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଟିମ୍ ଏହି ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ସ୍ମିଥ୍ ଏହା ପୂର୍ବରୁ ପୁନେ ସୁପରଜାଏଣ୍ଟଓ ଦଳର ମଧ୍ୟ ଅଧିନାୟକ ଥିଲେ।

ରାଜସ୍ଥାନ ପକ୍ଷରୁ କୁହାଯାଇଛି ଯେ, ‘ରାହାଣେ ଗତବର୍ଷ ପ୍ଲେଅଫ୍ ପର୍ଯ୍ୟନ୍ତ ଟିମ୍ ପାଇଁ ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ। ତେବେ ଚଳିତ ସଂସ୍କରଣରେ ଟିମର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏଭଳି ସ୍ଥିତିରେ ଟିମକୁ ଟ୍ରାକକୁ ଆଣିବା ପାଇଁ ସାମାନ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏଥିପାଇଁ ରାହାଣେଙ୍କ ବଦଳରେ ସ୍ମିଥଙ୍କୁ ଅଧିନାୟକ କରିଛୁ। ରାହାଣେ ଅଧିନାୟକ ନରହିଲେ ବି, ସେ ଟିମର ପ୍ରମୁଖ ସଦସ୍ୟ ରହିବେ ବୋଲି ରାଜସ୍ଥାନ ରୟାଲ୍ସ ପକ୍ଷରୁ କୁହାଯାଇଛି।’



from Odisha Reporter http://bit.ly/2IxdBh4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages