କାନ୍ଦୁଥିବା ମହିଳାଙ୍କୁ ବୁଝାଇଲା ମାଙ୍କଡ଼, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

କାନ୍ଦୁଥିବା ମହିଳାଙ୍କୁ ବୁଝାଇଲା ମାଙ୍କଡ଼, ଭିଡିଓ ଭାଇରାଲ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକାର ଏକ ଛୋଟିଆ ଗାଁରେ ମାଙ୍କଡ଼ ଓ ମଣିଷର ସମ୍ପର୍କକୁ ନେଇ ଏକ ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମହିଳା କାନ୍ଦୁଥିବା ବେଳେ ତାଙ୍କୁ ଗହଳି ଭିତରେ କେମିତି ଏକ ହନୁ ମାଙ୍କଡ଼ ସମବେଦନା ଜଣାଉଥିଲା, ତା’ର ଦୃଶ୍ୟ ରହିଛି।

ନାରଗୁଣ୍ଡ ନାମକ ଏକ ସହରରେ ଏହି ଘଟଣା ଘଟିଛି। ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକ କାନ୍ଦୁଥିଲେ। ଏହି ସମୟରେ ଏକ ହନୁ ମାଙ୍କଡ଼ ସେଠାରେ ପହଞ୍ଚିଥିଲା। କେହି କିଛି ବୁଝିବା ଆଗରୁ ସେ ଗହଳି ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ଜଣେ ମହିଳାଙ୍କ ପାଖକୁ ଯାଇଥିଲା। ଏହାପରେ ମାଙ୍କଡ଼ଟି ମହିଳା ଜଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା।

ଖାଲି ସେତିକି ନୁହେଁ ସାଧାରଣ ମଣିଷଙ୍କ ଭଳି ମାଙ୍କଡ଼ଟି ମହିଳାଙ୍କ ମୁଣ୍ଡକୁ ନିଜ କାନ୍ଧରେ ରଖି ସମବେଦନା ଜଣାଇଥିଲା। ମହିଳାଙ୍କ ହାତକୁ ଧରି ମାଙ୍କଡ଼ ସତେ ଯେମିତି ତାଙ୍କୁ ନ କାନ୍ଦିବାକୁ କହୁଥିଲା। କିଛି ସମୟ ମାଙ୍କଡ଼ଟି ସେଠାରେ ରହିବା ପରେ ଆପେଆପେ ଚାଲି ଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହନୁମାନ ଜୟନ୍ତୀ ଦିନ ହିଁ ଏହି ଘଟଣା ଘଟିଛି। ଏହାକୁ ସୋଶାଲ୍‌ ମିଡିଆରେ ଅନେକ ଲୋକ ଶେୟାର କରିଛନ୍ତି।



from Odisha Reporter http://bit.ly/2Pmqqeu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages