ସୀମାଲଙ୍ଘୁ ଥିବା ପାକ୍‌ ଡ୍ରୋନ୍‌କୁ ଉଡ଼ାଇଦେଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ସୀମାଲଙ୍ଘୁ ଥିବା ପାକ୍‌ ଡ୍ରୋନ୍‌କୁ ଉଡ଼ାଇଦେଲା ଭାରତ

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ସେନା ଉପରେ ଗୁଇନ୍ଦାଗିରି ଓ ନଜର ରଖିବାକୁ ଉଦ୍ୟମ କରି ପାକିସ୍ତାନ ବିଫଳ ହୋଇଛି। ବୁଧବାର ବିଳମ୍ବିତ ରାତିରେ ପାକ୍‌ ସେନାର ଏକ ଡ୍ରୋନ୍‌ ପଞ୍ଜାବର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ଅତିକ୍ରମ କରୁଥିବା ବେଳେ ଏହାକୁ ଭାରତୀୟ ସେନା ଗୁଳି କରି ଖସାଇ ଦେଇଛନ୍ତି।

ପଞ୍ଜାବର ତରନ ତାରନ ଜିଲ୍ଲାର ଖେମ କରାନ୍‌ ସେକ୍ଟର ନିକଟରେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ସୀମାନ୍ତ ଗାଁଗୁଡ଼ିକରେ ହାଇଆଲର୍ଟ ଜାରି କରାଯିବା ସହ କିଛି ସମୟ ବ୍ଲାକଆଉଟ୍‌ କରିଦିଆଯାଇଥିଲା। ଏଥିସହ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୨ଟା ବେଳେ ରାଟୋକ ଗାଁର ବିଓପି ନିକଟରେ ଏହି ଡ୍ରୋନ୍‌କୁ ଠାବ କରାଯାଇଥିଲା। ଡ୍ରୋନ୍‌ଟି ଭାରତୀୟ ସୀମାରେ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ବିଏସ୍‌ଏଫ୍‌ ପକ୍ଷରୁ ଏହାର ମୁକାବିଲା କରାଯାଇଥିଲା। ଡ୍ରୋନ୍‌ଟିକୁ ଆଣ୍ଟି ଏୟାରକ୍ରାଫ୍ଟ ଗନ୍‌ ଦ୍ୱାରା ଗୁଳି କରି ଖସାଇ ଦିଆଯାଇଥିଲା। ତେବେ ଡ୍ରୋନ୍‌ରେ ଗୁଳିମାଡ଼ ହେବା ପରେ ଏହା ପାକ୍‌ ନା ଭାରତ ସୀମା ଅଂଚଳରେ ପଡ଼ିଛି, ତାହା ଏଯାଏ ଜଣାପଡ଼ିନାହିଁ।

ସ୍ଥାନୀୟ ସରପଞ୍ଚ ଲଖବୀର ସିଂହ କହିଛନ୍ତି, “ ମୁଁ ପ୍ରଥମେ କ’ଣ ଗୋଟିଏ ଜିନିଷ ଆକାଶରେ ଉଡ଼ୁଥିବା ଦେଖିବାକୁ ପାଇଥିଲି। ଏହାପରେ ହଠାତ୍‌ ଗୁଳିମାଡ଼ ଶବ୍ଦ ହୋଇଥିଲା। ଏହାପରେ ୩ଟି ବୋମା ପଡ଼ିବା ଭଳି ଶବ୍ଦ ମଧ୍ୟ ମୁଁ ଶୁଣିଥିଲି। ଗତକାଲି ରାତିର ଏହି ଘଟଣା ପରେ ପ୍ରଶାସନ ତୁରନ୍ତ ସମଗ୍ର ଅଞ୍ଚଳରେ ବ୍ଲାକଆଉଟ୍‌ କରିଥିଲା। ଆଜି ସକାଳେ ପୁଣି ସବୁ ଯଥାରୀତି ଆରମ୍ଭ ହୋଇଛି।”

ଏହାପୂର୍ବରୁ ପାକିସ୍ତାନ ସେନାର ୪ଟି ଏଫ୍‌-୧୬ ଯୁଦ୍ଧ ବିମାନ ପଞ୍ଜାବ ସୀମାନ୍ତରେ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ତେବେ ଭାରତୀୟ ବାୟୁସେନାର ସୁଖୋଇ-୩୦ ଓ ମିରାଜ୍‌-୨୦୦୦ ଏହାର ଗତି ବିଧିକୁ ଲକ୍ଷ୍ୟ କରି ଉଡ଼ିବାରୁ ଏଗୁଡ଼ିକ ଛତ୍ରଭଙ୍ଗ ଦେଇଥିଲେ। ଏହି ବିମାନଗୁଡ଼ିକ ସୀମାରେ ଭାରତୀୟ ସୈନ୍ୟଙ୍କ ଉପସ୍ଥିତି ଓ ସଂଖ୍ୟା ଜାଣିବା ପାଇଁ ଏଭଳି ଉଦ୍ୟମ କରୁଥିଲେ ବୋଲି କୁହାଯାଉଛି।



from Odisha Reporter https://ift.tt/2uIzSiZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages