
ନୂଆଦିଲ୍ଲୀ: ରାଜ୍ୟପାଳ ପଦରେ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କୁ ଖୋଲାଖୋଲି ଜିତାଇବାକୁ ଆହ୍ୱାନ ଦେଇଥିବା କଲ୍ୟାଣ ସିଂହଙ୍କ ବିରୋଧରେ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଫାଇଲ୍ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଛନ୍ତି। ଏଥିରେ ସେ ରାଜ୍ୟପାଳ ଶ୍ରୀ ସିଂହଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିବା ଜଣାପଡ଼ିଛି।
ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ କିଛି ଦିନ ତଳେ ନିଜକୁ ବିଜେପି କର୍ମୀ ବୋଲି କହିବା ସହ ସମସ୍ତଙ୍କୁ ପୁଣିଥରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଦରକାର ବୋଲି କହିଥିଲେ। ନିୟମ ଅନୁଯାୟୀ, ସାମ୍ବିଧାନିକ ପଦପଦବୀରେ ଥିବା ବ୍ୟକ୍ତିବିଶେଷ କୌଣସି ପ୍ରକାରରେ ରାଜନୀତିକ ଦଳକୁ ସମର୍ଥନ କରିପାରିବେ ନାହିଁ।
କିନ୍ତୁ ଶ୍ରୀ ସିଂହ ଏହାକୁ ମାନି ନଥିଲେ। ଏହାପରେ ନିର୍ବାଚନ କମିଶନ ଏହାର ତର୍ଜମା କରି ରାଜ୍ୟପାଳ ଶ୍ରୀ ସିଂହ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା କହିଥିଲେ। ଏଥିସହ ଶ୍ରୀ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିସ କରିଥିଲେ।
ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ବିଦେଶ ଗସ୍ତରୁ ଫେରିବା ପରେ ଏହି ଫାଇଲକୁ ଗୃହ ମନ୍ତ୍ରଣାଳୟ ନିକଟକୁ ପଠାଇଛନ୍ତି। ଏବେ ଗୃହ ମନ୍ତ୍ରଣାଳୟ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାର କଥା।
ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ। ଏହାପରେ ଶ୍ରୀ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏବେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟପାଳଙ୍କୁ ନିଜ ପଦବୀରୁ ହଟାଇ ପାରିବେ କି ନାହିଁ, ସେ ସମ୍ପର୍କରେ ଆଇନ୍ ବିଶାରଦଙ୍କୁ ସହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଚାରବିମର୍ଶ ଜାରି ରଖିଛି।
from Odisha Reporter https://ift.tt/2G0tYA0
No comments:
Post a Comment