ଦଳୀୟ ସଙ୍କେତ ନୁହେଁ, ଦଳର ଆଦର୍ଶଙ୍କୁ ନେଇ ଭୋଟ ମାଗୁଛନ୍ତି ଏହି ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଦଳୀୟ ସଙ୍କେତ ନୁହେଁ, ଦଳର ଆଦର୍ଶଙ୍କୁ ନେଇ ଭୋଟ ମାଗୁଛନ୍ତି ଏହି ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଇନ୍ଦିରା ଗାନ୍ଧୀ ହେଉଛନ୍ତି କଂଗ୍ରେସର ଆଦର୍ଶ, ଏ କଥା ସମସ୍ତେ ଜାଣନ୍ତି। ଆଉ ବିଜୁ ବାବୁ ଓଡ଼ିଆ ଅସ୍ମିତାର ବାର୍ତ୍ତା ବହନ କରନ୍ତି। କିନ୍ତୁ ବିଜୁ ଜନତା ଦଳ ପ୍ରତିଷ୍ଠା ପରଠାରୁ ଏହି ଦଳର ନାଁଟି ତାଙ୍କ ନାମରେ ନାମିତ ଥିବାରୁ ଆପାତତଃ ସମସ୍ତେ ବିଜେଡିକୁ ବିଜୁ ଆଦର୍ଶର ଦଳ ବୋଲି କହୁଛନ୍ତି। ରାଜନୀତି ପ୍ରେକ୍ଷାପଟ୍ଟରେ ସ୍ଥିତି ଯାହା ବି ହେଉନା କାହିଁକି , ଏହି ଦୁଇ ତୁଙ୍ଗ ରାଜନେତାଙ୍କ ନାଁ ଉଠିଲେ ଉପରୋକ୍ତ ୨ ଦଳର କଥା ହିଁ ଉଠେ।

ଏଥର ସାଧାରଣ ନିର୍ବାଚନରେ ବିଧାୟକ ଭାବେ ଲଢୁଥିବା ଜଣେ ପ୍ରାର୍ଥୀ ଏଥର ଏଇ ଦୁଇ ରାଜନେତାଙ୍କୁ ନିଜ ପ୍ରଚାର ପତ୍ରରେ ସ୍ଥାନ ଦେଇଛନ୍ତି।  ରାଜଧାନୀ ଭୁବନେଶ୍ୱରରୁ ଲଢୁଥିବା ଏହି ପ୍ରାର୍ଥୀ ଜଣକ ବିଜେଡି କି କଂଗ୍ରେସର ନୁହଁନ୍ତି। କିନ୍ତୁ ତାଙ୍କ ପ୍ରଚାର ପତ୍ରରେ ରହିଛି ବିଜୁ ବାବୁ, ଇନ୍ଦିରା ଓ ରାଜୀବ ଗାନ୍ଧୀଙ୍କ ଫଟୋ।

ପ୍ରାର୍ଥୀ ଜଣକ ହେଉଛନ୍ତି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରୁ ଲଢୁଥିବା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ରାଜକୁମରୀ ରାଉତ ଓଣଫ୍‌ ମୁନା। ରାଜକୁମାର ଟିଭି ଚିହ୍ନରେ ଲଢୁଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଅପରାଜିତା ମହାନ୍ତି, ବିଜେଡିର ସୁଶାନ୍ତ ରାଉତ ଓ କଂଗ୍ରେସରୁ ଇତିଶ ପ୍ରଧାନ।

ସମସ୍ତେ ଦଳୀୟ ସଙ୍କେତରେ ନିର୍ବାଚନ ଲଢୁଥିବା ବେଳେ ରାଜକୁମାର ରାଜନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ସେ ରାଜ୍ୟ ଯୁବ କଂଗ୍ରେସର ଦୁଇ ୨ ଥର ସମ୍ପାଦକ ରହି ଆସିଛନ୍ତି। ସେ ପୂର୍ବତନ ଉତ୍ତର ଯୁବ କଂଗ୍ରେସ ସଭାପତି ମଧ୍ୟ ଥିଲେ। ହେଲେ କଂଗ୍ରେସ ଦଳ ତାଙ୍କୁ ବାରମ୍ବାର ଉପେକ୍ଷା କରିବାରୁ ଶେଷରେ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି।



from Odisha Reporter http://bit.ly/2uVLK1a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages