
ଜିଆନ୍(ଚାଇନା): ଏଠାରେ ଚାଲିଥିବା ଏସିଆନ ରେସଲିଂ ଚାମ୍ପିୟନଶିପ୍ରେ ଭାରତ ଗୁରପ୍ରୀତ ସିଂହ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ୭୭ କେଜି ବର୍ଗରେ ଜବରଦସ୍ତ ପ୍ରଦର୍ଶନ କରି ଗୁରପ୍ରୀତ ଫାଇନାଲ୍କୁ ଯାଇଥିଲେ। ଫାଇନାଲ୍ରେ ତାଙ୍କ ମୁକାବିଲା କୋରିଆର ହେୟନୋଓ କିମଙ୍କ ସହ ହୋଇଥିଲା। ଏଥିରେ ଗୁରପ୍ରୀତ ୦-୮ରେ ପରାସ୍ତ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ।
୮୭ କେଜି ବର୍ଗରେ ମଧ୍ୟ ଭାରତକୁ ରୌପ୍ୟ ପଦକ ମିଳିଛି। ଭାରତ ସୁନୀଲ କୁମାର ଫାଇନାଲ୍ରେ ଇରାନ୍ର ରେସଲର ହୋସେନ୍ ଅହମ୍ମଦ ନୁରଙ୍କ ଠାରୁ ୦-୨ରେ ପରାସ୍ତ ହୋଇଛନ୍ତି। ସେହିପରି ୧୩୦ କେଜି ବର୍ଗରେ ବ୍ରୋଞ୍ଜ ପଦକ ପାଇଁ ଖେଳୁଥିବା ଭାରତର ପ୍ରେମ କାଜାଖାସ୍ତାନର ଡାମିରଙ୍କ ଠାରୁ ପରାସ୍ତ ହୋଇ ୪ର୍ଥ ସ୍ଥାନରେ ରହିଛନ୍ତି।
from Odisha Reporter http://bit.ly/2UEtUdr
No comments:
Post a Comment