ଶ୍ରୀଲଙ୍କା ନରସଂହାର ପରେ ଭୟରେ ରହିଛନ୍ତି ମୁସଲିମ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ଶ୍ରୀଲଙ୍କା ନରସଂହାର ପରେ ଭୟରେ ରହିଛନ୍ତି ମୁସଲିମ ଲୋକେ

କଲମ୍ବୋ: ଶ୍ରୀଲଙ୍କା ସିରିଜ୍‌ ବିସ୍ଫୋରଣକୁ ୩ ଦିନ ବିତିଗଲାଣି, କିନ୍ତୁ ଭୟର କୁହୁଡ଼ି ଏବେ ମଧ୍ୟ ଦେଶକୁ ଆଚ୍ଛାଦିତ କରି ରହିଛି। କଲମ୍ବୋ ବାସିନ୍ଦା ମହମ୍ମଦ ହାସନ୍‌ ଏହି ଆତ୍ମଘାତୀ ବିସ୍ଫୋରଣ ପରେ ନିଜ ସହର ଛାଡ଼ିଛନ୍ତି। ତାଙ୍କ ଭିତରେ ଏବେ ମଧ୍ୟ ଭୟ ରହିଛି, ତା’ର ଗୋଟିଏ ମାତ୍ର କାରଣ ଯେ ସେ ମୁସଲିମ୍‌। ସେ ଶ୍ରୀଲଙ୍କା ରାଜଧାନୀରେ ଏକ ପ୍ରିଣ୍ଟିଂ ପ୍ରେସରେ କାମ କରନ୍ତି, କିନ୍ତୁ ସେ କାମକୁ ନ ଯାଇ ଘରେ ରହିବାକୁ ତାଙ୍କ ପରିବାର ବାଧ୍ୟ କରିଛନ୍ତି।

ସେ କହିବା ଅନୁଯାୟୀ, ମୋ ପରିବାର ଲୋକେ ଏଇ ଚିନ୍ତାରେ ଯେ ଯଦି ମୁଁ ବାହାରକୁ ଯାଏ, ଆଉ କ’ଣ ଘରକୁ ଫେରିପାରିବି? ସୂଚନାଯୋଗ୍ୟ ଯେ, ଇଷ୍ଟର ରବିବାରରେ ସଂଘଟିତ ଏହି ଆକ୍ରମଣରେ ବିଭିନ୍ନ ଚର୍ଚ୍ଚ ଓ ହୋଟେଲରେ ନରସଂହାର ଘଟାଇଥିଲେ ଆତଙ୍କବାଦୀ। ପରେ ଇସ୍‌ଲାମିକ ଷ୍ଟେଟ୍‌ ନିଜକୁ ଦାୟୀ କରିଛି। ଏହି ଆକ୍ରମଣରେ ୩୫୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ନରସଂହାର ସମଗ୍ର ଶ୍ରୀଲଙ୍କାକୁ ସ୍ତବ୍ଧ କରିଦେଇଥିଲା। ଏହି ଘଟଣାକୁ ବହୁ ମୁସଲିମ୍‌ ସଂଗଠନ ମଧ୍ୟ ବିଶ୍ୱସ୍ତରରେ ନିନ୍ଦା କରିଛନ୍ତି। ତଥାପି ମଧ୍ୟ ଭୟ ଏହାର ଉପସ୍ଥିତି ଜାହିର କରୁଛି।

ଏହି ଘଟଣାକୁ ନେଇ ଜରୀନା ବେଗମ୍‌ ନାମକ ଜଣେ ମହିଳା କୁହନ୍ତି, “ମୁଁ ଜାଣିଛି ଆମ ଉପରେ ଲୋକଙ୍କର କ୍ରୋଧ ରହିବ। ମୁଁ ଭାବିପାରୁନାହିଁ ରବିବାର ଘଟଣାର ଆକ୍ରମଣକାରୀଙ୍କ ହୃଦୟରେ ଏତେ ଘୃଣା କୋଉଠୁ ଆସିଲା। ଆମେ ଘରେ ଅଟକି ରହିନୁ, ଆମେ ବାହାରକୁ ଯିବାକୁ ଡରୁଛୁ।”

ଶ୍ରୀଲଙ୍କାର ମୋଟ ଜନସଂଖ୍ୟାର ୭୦.୨ ସିଂହଳୀ ବୌଦ୍ଧ ଧର୍ମାବଲମ୍ବୀ। ଏଠାରେ ମୁସଲିମ୍‌ଙ୍କ ସଂଖ୍ୟା ଜନସଂଖ୍ୟାର ୧୦ ପ୍ରତିଶତ ଅର୍ଥାତ ହିନ୍ଦୁଙ୍କ ଜନସଂଖ୍ୟା ୧୨.୬% ପଛଣେ ତୃତୀୟ ସର୍ବାଧିକ। ଖ୍ରୀଷ୍ଟିଆନ୍‌ଙ୍କ ସଂଖ୍ୟା ୭ ପ୍ରତିଶତ। ପୂର୍ବରୁ ତାମିଲ ସିଂହଳୀଙ୍କ ଦ୍ୱାରା ସୃଷ୍ଟ ଗୃହଯୁଦ୍ଧର ୧୦ ବର୍ଷ ପରେ ବର୍ତ୍ତମାନ ଏହି ଭୟଙ୍କର ନରସଂହାର ଶ୍ରୀଲଙ୍କାବାସୀଙ୍କ ନିଦ ହଜାଇଦେଇଛି।



from Odisha Reporter http://bit.ly/2IDhGjF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages