ଜ୍ୱାଇଁକୁ ବାଇକ୍‌ରେ ବାନ୍ଧିନେଲେ ଶ୍ୱଶୁର ଘର ଲୋକେ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ଜ୍ୱାଇଁକୁ ବାଇକ୍‌ରେ ବାନ୍ଧିନେଲେ ଶ୍ୱଶୁର ଘର ଲୋକେ, ଭିଡିଓ ଭାଇରାଲ

ଅନୁଗୁଳ(ବିରଜା ଦାଶ) ପାରିବାରିକ କଳହର ପରିଣତି କେତେ ଭୟଙ୍କର ଓ କ୍ରୁର ହୋଇପାରେ ତା’ର ଦୃଷ୍ଟାନ୍ତ ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଦଣ୍ଡସିଂହା ଗ୍ରାମରେ ଦେଖିବାକୁ ମିଳିଛି। ଏଠାରେ ବଞ୍ଚିଥାଉ ଥାଉ ଥାଉ ନିଜ ଜ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକେ ବିଚ୍‌ ରାସ୍ତାରେ ବାଇକ୍‌ରେ ହାତ ଗୋଡ଼ ବାନ୍ଧି ନେବା ଭଳି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇଦେଇଛି। ଯାହାର ଭିଡିଓ ଭାଇରାଲ ହୋଇଛି। ଏନେଇ କଣିହା ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ଦଣ୍ଡସିଂହା ଗ୍ରାମର ଦୁଃଖବନ୍ଧୁ ସାହୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାରିବାରିକ କଳହ ଉପୁଜିଥାଏ। ଦୁଃଖବନ୍ଧୁ ନିଶାସକ୍ତ ଅବସ୍ଥାରେ ତାଙ୍କ ପତ୍ନୀଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇ ଆସୁଥିଲା। ତେବେ ଗତ ୧୫ ତାରିଖରେ ଦୁଃଖବନ୍ଧୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ ଝଗଡ଼ା ଉପୁଜିବା ପରେ ୧୬ ତାରଖରେ ଶ୍ୱଶୁର ଘର ଲୋକେ ଆସି ସମସ୍ୟାର ସମାଧାନ ନିମନ୍ତେ ଉଦ୍ୟମ କରିଥିଲେ ।

ପରେ ଶ୍ୱଶୁର ଘର ଲୋକ ଓ ଦୁଃଖବନ୍ଧୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସମସ୍ୟାର ସମାଧାନ ନିମନ୍ତେ ଦୁଃଖବନ୍ଧୁଙ୍କ ଶାଳକ ତାଙ୍କୁ ଥାନାକୁ ନେବାକୁ ଉଦ୍ୟମ କରିଥିଲେ। ହେଲେ ଦୁଃଖବନ୍ଧୁ ଏଥିରେ ଅରାଜି ହେବାରୁ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଏକ ବାଇକ୍‌ରେ ବାନ୍ଧି ନିଆଯାଇଥିଲା। ହେଲେ ସେହି ସମୟରେ ପୁଲିସ ଗାଡ଼ି ଆସୁଥିବା ଦେଖି ଦୁଃଖବନ୍ଧୁଙ୍କୁ ଛାଡ଼ିଦେଇଥିଲେ ଶ୍ୱଶୁର ଘର ଲୋକେ।

ତେବେ ଏହାର ଭିଡ଼ିଓ ଭାଇରାଲ ହୋଇଥିବା ବେଳେ କଣିହା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ ଦୁଃଖବନ୍ଧୁଙ୍କ ଅଜା କଣିହା ଥାନାରେ ଏତଲା ଦାୟର କରିଛନ୍ତି। ଦୁଃଖବନ୍ଧୁଙ୍କ ଘରେ ପୁଲିସ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଦୁଃଖବନ୍ଧୁଙ୍କୁ କଣିହାଁ ସିଏଚସି ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।



from Odisha Reporter http://bit.ly/2XLHeid

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages