ବିଜୁ ଜନତା ଦଳ ହେଉଛି ବଡ଼ ଜାଲିଆତି ଦଳ: ପ୍ରତାପ ଷଡ଼ଙ୍ଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ବିଜୁ ଜନତା ଦଳ ହେଉଛି ବଡ଼ ଜାଲିଆତି ଦଳ: ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): “ବିଜୁ ଜନତା ଦଳ ହେଉଛି ବଡ଼ ଜାଲିଆତି ଦଳ।” ବାଲେଶ୍ୱରରେ ନିର୍ବାଚନ ପ୍ରଚାର ବେଳେ ବିଜେଡିକୁ ଆକ୍ଷେପ କରି ଏପରି କହିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ।
ସେ କହିଛନ୍ତି-“ବାଲେଶ୍ୱର ଜିଲ୍ଲାର ଲୋକେ ଚିଟ୍‌ଫଣ୍ଡ ଠକେଇରେ ଶିକାର ହୋଇଛନ୍ତି। ଏହି ଅର୍ଥକୁ ନବୀନ ପଟ୍ଟନାୟକ ଓ ସାଂସଦ ରବୀନ୍ଦ୍ର ଜେନା ଖାଇଛନ୍ତି। ସେ (ରବୀନ୍ଦ୍ର ଜେନା) ଜେଲ୍‌ ଯାଇଥାଆନ୍ତେ। ମାତ୍ର ବେଲ୍‌ ପାଇଯାଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ସମୟରେ ଗିରଫ ହେବା ଭୟରେ ସେ କଲିକତାର ଗଳି ଗଳିରେ ଲୁଚୁଥିଲେ।”

ସେ ଆହୁରି କହିଛନ୍ତି-“ବିଜେଡି ହେଉଛି ବଡ଼ ଜାଲିଆତି ଦଳ। ଚିଟ୍‌ଫଣ୍ଡ ଟଙ୍କା ଖାଇ ବିଜେଡିରେ ୪ରୁ ୫ଜଣ ସାଂସଦ ଓ ବିଧାୟକ ଜେଲ୍‌ ଯାଇଥିଲେ। ବେଲ୍‌ରେ ରକ୍ଷା ପାଇ ରବୀନ୍ଦ୍ର ଜେନା ଜେଲ ଯାଇପାରିଲେନି। ଏଠାରୁ ଆଉ ଜଣେ ଚିଟ୍‌ଫଣ୍ଡ ଓ ଜଣେ ଖଣି ମାଫିଆ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ସେମାନଙ୍କ ସର୍ଦ୍ଦାର ହେଉଛନ୍ତି ଚିଟ୍‌ଫଣ୍ଡ ମାଫିଆ ନବୀନ ପଟ୍ଟନାୟକ। ସାରା ଖଣିରୁ ଅଧିକରୁ ଅଧିକ ନେଇ ବିଦେଶରେ ବିକ୍ରି କରିଛନ୍ତି।”

ବାଲେଶ୍ୱରରେ କଂଗ୍ରେସରୁ ପ୍ରତିଦ୍ୱନ୍ଦିତା କରୁଥିବା ଲୋକସଭା ପ୍ରାର୍ଥୀଙ୍କୁ କଟାକ୍ଷ କରି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି-“ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ିଦେଲା ପର, ନିର୍ବାଚନ ସରିଗଲେ ଚାଲିଯିବେ କେନ୍ଦୁଝର।”

ସେ ଆହୁରି କହିଛନ୍ତି-“ବାଲେଶ୍ୱର ଜିଲ୍ଲାରେ ସ୍କୁଲ ଗୁଡ଼ିକରେ ମାଷ୍ଟର ନାହାନ୍ତି। ଚାଷ ଜମିରେ ପାଣି ମାଡ଼ୁନି। ଚାଷୀମାନେ ସମ୍ପୂର୍ଣ୍ଣ ହତାଶ। ରେମୁଣା ପରି ଭୋଗରାଇ, ଜଳେଶ୍ୱରରେ ଚାଷୀ ହତାଶ ହୋଇଛନ୍ତି। କାରଣ ଏଠି ଶୀତଳଭଣ୍ଡାର ନାହିଁ ଓ ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥା ମଧ୍ୟ ନାହିଁ। ଚାରିଆଡ଼େ ପାଣି ନାହିଁ। କିନ୍ତୁ ମଦର ବନ୍ୟା ଆସୁଛି। ରାଜ୍ୟରେ ବିଜେପି ଆସିଲେ ରାଜ୍ୟରୁ ମଦ ହଟାଇବ।”



from Odisha Reporter http://bit.ly/2UUa3Mw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages