ନେତାନ୍ୟାହୁ ପୁଣି ପ୍ରଧାନମନ୍ତ୍ରୀ, ୫ ଥର ଜିତି ରେକର୍ଡ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ନେତାନ୍ୟାହୁ ପୁଣି ପ୍ରଧାନମନ୍ତ୍ରୀ, ୫ ଥର ଜିତି ରେକର୍ଡ କଲେ

ଜେରୁଜେଲମ୍‌: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଦଳ ସଂସଦୀୟ ନିର୍ବାଚନ ଜିତିବା ସହିତ ସେ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ସେ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବେନ୍ନି ଗାଣ୍ଟଜଙ୍କୁ କଡ଼ା ଟକ୍କର ଦେଇ ଏହି ବିଜୟ ହାସଲ କରିଛନ୍ତି। ଆସନ ସଂଖ୍ୟା ଦୃଷ୍ଟିରୁ ପାଖାପାଖି ସଂଖ୍ୟାରେ ଆସନ ହାତେଇଥିବା ଉଭୟ ପ୍ରାର୍ଥୀ ବିଜୟ ଦାବି କରିଥିଲେ। କିନ୍ତୁ ନେତାନ୍ୟାହୁଙ୍କ ଦଳ ଲିକୁଡ୍‌ ଏବଂ ଇସ୍ରାଏ ନୀସେଟ୍‌ରେ ତାଙ୍କ ମେଣ୍ଟ ସହଯୋଗୀ ସଂସଦରେ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ସମର୍ଥ ହୋଇଛନ୍ତି। ଇସ୍ରାଏଲରେ ପ୍ରାୟତଃ ମେଣ୍ଟ ସରକାର ହିଁ ଆସିଥାଏ।

ଏହି ବିଜୟ ବାବଦରେ ସେ କହିଛନ୍ତି, “ଏହି ରାତ୍ରି ବିଜୟର ରାତ୍ରି। ମୁଁ ଅଭିଭୂତ ଯେ, ମୋର ଦେଶବାସୀ ଲଗାତାର ୫ମ ଥର ପାଇଁ ମୋ ଉପରେ ଆସ୍ଥା ପ୍ରଦର୍ଶନ କରିଛନ୍ତି। ମୁଁ ସ୍ପଷ୍ଟ କରିବାକୁ ଚାହେଁ ଏହା ଦକ୍ଷିଣପନ୍ଥୀ ସରକାର ହେବ, କିନ୍ତୁ ମୁଁ ସମସ୍ତଙ୍କ ପ୍ରଧାନମନ୍ତ୍ରୀ ହେବାକୁ ସଂକଳ୍ପବଦ୍ଧ। ସେମାନେ ଦକ୍ଷିଣ ପନ୍ଥୀ ହେଉ କି ବାମ ପନ୍ଥୀ, ଇହୁଦୀ ଏବଂ ଅଣଇହୁଦୀ ସମସ୍ତେ ସମାନ।”

ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟବର୍ତ୍ତୀ ହୋଇଥିବାରୁ ସେ ଆଗକୁ ପାଲେଷ୍ଟାଇନ୍‌-ଇସ୍ରାଏଲ ବିବାଦର ସମାଧାନ କରିବାରେ ସହାୟକ ହେବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଆମେରିକା ପୂର୍ବରୁ ଜେରୁଜେଲମ୍‌କୁ ଦୂତାବାସ ସ୍ଥାନାନ୍ତର କରି ଏହି ଆଶଙ୍କାକୁ ଦୃଢ଼ କରିସାରିଛି। ଜେରୁଜେଲମ୍‌ ସହରକୁ ଉଭୟ ପାଲେଷ୍ଟାଇନ୍‌ ଏବଂ ଇସ୍ରାଏଲ ନିଜର ରାଜଧାନୀ ଦାବି କରି ଆସୁଛନ୍ତି।



from Odisha Reporter http://bit.ly/2WXLIBZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages