
ଚେନ୍ନାଇ: ହାଇଦ୍ରାବାଦର ରଶିଦ୍ ଖାନ୍ ଓ ଚେନ୍ନାଇର ଶେନ୍ ୱାଟସନ୍ଙ୍କ ମଧ୍ୟରେ ଗତକାଲି ହୋଇଥିବା ଟକରାଟକରିର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତକାଲି ହାଇଦ୍ରାବାଦ୍ ଓ ଚେନ୍ନାଇ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ୍ରେ ଏଭଳି ଘଟଣା ଘଟିଥିଲା।
ଏହି ମ୍ୟାଚ୍ରେ ଶେନ୍ ୱାଟସନ୍ ବିସ୍ଫୋରକ ୯୬ ରନ୍ର ଇନିଂସ୍ ଖେଳି ଦଳକୁ ବିଜୟୀ କରାଇଛନ୍ତି। ତେବେ ମ୍ୟାଚ୍ ଚାଲିଥିବା ସମୟରେ ରଶିଦ୍ ଖାନ୍ ଓ ୱାଟସନ୍ଙ୍କ ମଧ୍ୟରେ ଆଖିରେ ଆଖିରେ ଲଢ଼େଇ ହୋଇଥିଲା।
ରଶିଦ୍ ଖାନ୍ ବୋଲିଂ କରୁଥିବା ବେଳେ ତାଙ୍କର ଦ୍ୱିତୀୟ ବଲ୍ରେ ୱାଟସନ୍ ଏକ ଚୌକା ମାରିଥିଲେ। ଏହି ସମୟରେ ରଶିଦ୍ ଖାନ୍ ତାଙ୍କୁ ଚିଡ଼ାଇବାକୁ ଚେଷ୍ଟା କରିବା ସହ ତାଙ୍କ ନିକଟକୁ ଚାଲିଯାଇଥିଲେ। ଅବଶ୍ୟ ୱାଟସନ୍ କିଛି କହି ନଥିଲେ ବରଂ କେବଳ ଏକ ବିଚିତ୍ର ଢଙ୍ଗରେ ରଶିଦ୍ ଖାନ୍ଙ୍କୁ ଚାହିଁଥିଲେ।
ଏହି ମ୍ୟାଚ୍ରେ ରଶିଦ୍ ଖାନ୍ ତାଙ୍କ ଆଇପିଏଲ୍ କ୍ୟାରିୟରର ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲେ। ସେ ୪ ଓଭର୍ ବୋଲିଂ କରି ୪୪ ରନ୍ ବ୍ୟୟ କରିଥିଲେ। ରଶିଦ୍ଙ୍କ ଉପରେ ୱାଟସନ୍ କଡ଼ା ପ୍ରହାର କରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସୋଶାଲ୍ ମିଡିଆ ବ୍ୟବହାରକାରୀ ନାନା ପ୍ରକାରର କମେଣ୍ଟ ଦେଇଛନ୍ତି। ବିଶେଷ କରି ସୋଶାଲ୍ ମିଡିଆ ବ୍ୟବହାର କରି ରଶିଦ୍ ଖାନ୍ଙ୍କୁ ତାଚ୍ଛଲ୍ୟ କରିଛନ୍ତି।
ଦେଖନ୍ତୁ ଭିଡିଓ
What's going on, mate?#CSKvSRH pic.twitter.com/nz9HVrh6c5
— IndianPremierLeague (@IPL) April 23, 2019
from Odisha Reporter http://bit.ly/2IE0ZVp
No comments:
Post a Comment