
ନୂଆଦିଲ୍ଲୀ: ଭାରତର ଖ୍ୟାତାନାମା ଟେବୁଲ ଟେନିସ୍(ଟିଟି) ଖେଳାଳି ଜି ସାଥିୟାନଙ୍କ ଉପରେ ଏବେ ସାରା ଦେଶର ନଜର। କାରଣ ସେ ବୁଦାପେଷ୍ଟଠାରେ ଚାଲିଥିବା ୨୦୧୯ ଆଇଟିଟିଏଫ୍ ବିଶ୍ୱ ଚାମ୍ପିୟନଶିପ୍ରେ ଏକମାତ୍ର ଭାରତୀୟ ଭାବେ ରାଉଣ୍ଡ ୬୪ରେ ଜିତିଛନ୍ତି। ସେ ରାଉଣ୍ଡ ୬୪ରେ ରୋମାନିଆନର ଖ୍ରୀଷ୍ଟିୟାନ ପ୍ଲେଟିଙ୍କୁ ୧୧-୫, ୧୧-୯, ୬-୧୧, ୧୧-୭ ଓ ୧୧-୬ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଶ୍ୱର ୨୮ତମ ରାଙ୍କ ଥିବା ଖେଳାଳି ସାଥିୟାନଙ୍କ ମୁକାବିଲା ବିଶ୍ୱର ୭ନଂ ଖେଳାଳି ତଥା ବ୍ରାଜିଲ ତାରକା ହୁଗୋ କାଲେଣ୍ଡାରାନୋଙ୍କ ସହ ହେବ।
ଅନ୍ୟତମ ଷ୍ଟାର ଟିଟି ଖେଳି ଶରତ କମଳ ରାଉଣ୍ଡ ୬୪ ଖେଳୁଥିଲେ ହେଁ ଭାରତକୁ ନିରାଶ କରିଛନ୍ତି। ୩୬ତମ ସ୍ଥାନରେ ଥିବା ଶରତ କମଲଙ୍କ ମୁକାବିଲା ୫୮ତମ ରାଙ୍କରେ ଥିବା କ୍ରୋଏସିଆର ଟୋମିସ୍ଲାଭଙ୍କ ସହ ହୋଇଥିଲା। କିନ୍ତୁ ଶରତ ଏହି ମ୍ୟାଚ୍ରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ପରାସ୍ତ ହୋଇଛନ୍ତି। ମାନବ ଟକ୍କର ମଧ୍ୟ ରାଉଣ୍ଡ ୬୪ରେ ହାରି ବିଶ୍ୱ ଚାମ୍ପିୟନଶିପ୍ରୁ ବିଦାୟ ନେଇଛନ୍ତି।
ଅନ୍ୟପକ୍ଷରେ ମହିଳା ବର୍ଗରେ ମଧ୍ୟ ଭାରତର ଦୁଇ ଷ୍ଟାର ଖେଳାଳି ମାନିକା ବାତ୍ରା ଓ ଏସ୍ ମୁଖାର୍ଜା ରାଉଣ୍ଡ ୬୪ରେ ପରାସ୍ତ ହୋଇ ବିଶ୍ୱ ଚାମ୍ପିୟନଶିପ୍ରୁ ବାଦ୍ ପଡ଼ିଛନ୍ତି। ଏବେ କେବଳ ସାଥିୟାନ ଏକ ମାତ୍ର ଭାରତୀୟ ଭାବେ ବିଶ୍ୱ ଟିଟି ଚାମ୍ପିୟନଶିପ୍ରେ ରହିଛନ୍ତି।
from Odisha Reporter http://bit.ly/2XEAlPG
No comments:
Post a Comment