
ନୂଆଦିଲ୍ଲୀ: ଏକ ଅପରାଧିକ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ ମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆ ଏବଂ ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି ଦିଲ୍ଲୀର ଏକ କୋର୍ଟ। ଆଇନଜୀବୀ ସୁରେନ୍ଦ୍ର କୁମାର ଶର୍ମାଙ୍କ ଦ୍ୱାରା ଦାୟର ମାନହାନି କେସର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
୨୦୧୩ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ କେଜ୍ରିୱାଲ ସୁରେନ୍ଦ୍ରଙ୍କୁ ଟିକେଟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଟିକେଟ ଦେଇନଥିଲେ। ପରେ ଅକ୍ଟୋବର ୧୪, ୨୦୧୩ରେ ଖବରକାଗଜରେ ବାହାରିଥିବା ରିପୋର୍ଟ ଅନୁଯାୟୀ ସୁରେନ୍ଦ୍ର ଶର୍ମା କୁଆଡ଼େ କେଜ୍ରିୱାଲଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ। ତେବେ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ଶର୍ମା କହିଥିଲେ।
ଏଭଳି ଅଭିଯୋଗ ଯୋଗୁ ତାଙ୍କର ଘୋର ସମ୍ମାନହାନି ହୋଇଥିବା ଦର୍ଶାଇ ସେ ଦିଲ୍ଲୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟରେ ପକ୍ଷ ରଖିବା ପାଇଁ କେଜ୍ରିୱାଲ ଓ ପୂର୍ବୋକ୍ତ ୨ ନେତାଙ୍କୁ ନୋଟିସ ହୋଇଥିଲା। ହେଲେ ସେମାନେ କୋର୍ଟ ଆସି ସେମାନଙ୍କ ପକ୍ଷ ରଖି ନଥିଲେ।
from Odisha Reporter http://bit.ly/2Gt3ZR5
No comments:
Post a Comment