୨୮ଟି ନୂଆ ବିମାନକୁ ଫ୍ଲାଇଟ ତାଲିକାରେ ସାମିଲ କଲା ସ୍ପାଇସ୍ ଜେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

୨୮ଟି ନୂଆ ବିମାନକୁ ଫ୍ଲାଇଟ ତାଲିକାରେ ସାମିଲ କଲା ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ: ଦେଶରେ ପ୍ରମୁଖ ବିମାନ କମ୍ପାନୀ ଜେଟ୍ ଏୟାରୱେଜ କର୍ମଚାରୀଙ୍କ ଦରମା ଦେଇ ନପାରି ବିମାନ ସେବା ବନ୍ଦ କରିଥିବା ବେଳେ ଅନ୍ୟତମ ବିମାନ ସେବା ପ୍ରଦାନକାରୀ ସଂସ୍ଥା ସ୍ପାଇସ୍ ଜେଟ୍ ୨୮ଟି ନୂଆ ବିମାନକୁ ତା’ର ଫ୍ଲାଇଟ ତାଲିକାରେ ଯୋଡ଼ିଛି। ଏପ୍ରିଲ ୨୬ରେ ଏହି ୨୮ଟି ନୂଆ ବିମାନ ମୁମ୍ବାଇ, ଦିଲ୍ଲୀ ଏବଂ ଦୁଇଟି ମେଟ୍ରୋ ସହରକୁ ଯୋଡ଼ିବ ବୋଲି ଜଣାପଡ଼ିଛି। ମୁମ୍ବାଇରୁ ୧୪ଟି, ଦିଲ୍ଲୀକୁ ୮ଟି ଏବଂ ବାକି ୬ଟି ଦୁଇଟି ମେଟ୍ରୋ ସହର ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ ଯୋଡ଼ିବ ବୋଲି ସ୍ପାଇସ୍ ଜେଟ୍ କମ୍ପାନୀ କତ୍ତୃପକ୍ଷ ସୂଚନା ଦେଇଛନ୍ତି।
 
ଏହି ବିମାନଗୁଡ଼ିକ ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ ୨ରୁ ଛାଡ଼ିବ ଏବଂ ଏହି ବିମାନଗୁଡିକର ନମ୍ୱର ୪ ସଂଖ୍ୟା ବିଶିଷ୍ଟ ରହିବ। ୮ ରହିବ ବିମାନ ନମ୍ବରର ପ୍ରଥମ ସଂଖ୍ୟା।
 
ତେବେ ମେ ମାସ ଶେଷ ବେଳକୁ ସ୍ପାଇସ୍ ଜେଟ୍ ହଂକଂ, ଦୁବାଇ, କଲମ୍ବୋ, ଢାକା, ବ୍ୟାଙ୍କକ୍, କାଠମାଣ୍ଡୁକୁ ମୁମ୍ୱାଇରୁ ନନ ଷ୍ଟପ୍ ବିମାନ ସେବା ଯୋଗାଇ ଦେବ ବୋଲି ସୂଚନା ଦେଇଛି। ଏହି ସମସ୍ତ ବିମାନ ବୋଇଙ୍ଗ୍ ୭୩୭-୮୦୦ ମଡେଲର ବୋଲି ଜଣାପଡ଼ିଛି।


from Odisha Reporter http://bit.ly/2PsTHoa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages