ଧାଡ଼ିରେ ଛିଡ଼ା ହୋଇ ମତଦାନ କଲେ ହେଭିୱେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଧାଡ଼ିରେ ଛିଡ଼ା ହୋଇ ମତଦାନ କଲେ ହେଭିୱେଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ତୃତୀୟ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। କାଁଭାଁ ସ୍ଥାନକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଶୃଙ୍ଖଳିତ ଭାବେ ଧାଡ଼ିରେ ଛିଡ଼ା ହୋଇ ଭୋଟରମାନେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିଛନ୍ତି। ଭିଭିଆଇପିମାନେ ମଧ୍ୟ ସେମାନେ ସାଧାରଣ ଭୋଟରଙ୍କ ଭଳି ଲାଇନ୍‌ରେ ଛିଡ଼ା ହୋଇ ମତଦାନ କରିଛନ୍ତି।

ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୧୧୨ରେ ଭୋଟ ଦେବା ପାଇଁ ସକାଳେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଛି ସମୟ ଧାଡ଼ିରେ ଛିଡା ହେବା ପରେ ସେ ଭୋଟ୍ ଦେଇଛନ୍ତି। ସେହିପରି ଭୁବନେଶ୍ୱର ଲୋକସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଇଆରସି ଭିଲେଜ ସ୍ଥିତ ୧୧୩ ନମ୍ବର ବୁଥ୍‌ରେ ନିଜ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ଅପରାଜିତା ମହାନ୍ତି ବରମୁଣ୍ଡା ଶିଶୁ ବିଦ୍ୟାମନ୍ଦିର ସ୍କୁଲରେ ଭୋଟ୍ ଦେଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ ଆଜି ତାଳଚେର ଦେଉଳବେଡ଼ାର ୧୫୦ ନମ୍ବର ବୁଥରେ ଭୋଟ ଦେଇଛନ୍ତି।

ସମ୍ବଲପୁର ଲୋକସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ନିଜ ପତ୍ନୀଙ୍କ ସହ ଆସି ଦେବଗଡ଼ରେ ମତଦାନ କରିଛନ୍ତି। ସମ୍ବଲପୁର ବିଧାନସଭା ଆସନ ପାଇଁ ଲଢୁଥିବା ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଓ ଜୟନାରାୟଣ ମିଶ୍ର ନିଜ ନିଜ ବୁଥ୍‌ରେ ଭୋଟ୍ ଦେଇଛନ୍ତି। ସେହିପରି କଟକରେ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ପ୍ରକାଶ ମିଶ୍ର, ପୀତାମ୍ବର ଆଚାର୍ଯ୍ୟ, ପୁରୀରେ ମହେଶ୍ୱର ମହାନ୍ତି, ଢେଙ୍କାନାଳରେ କାମାକ୍ଷା ପ୍ରସାଦ ସିଂହଦେଓ ଓ ରୁଦ୍ର ନାରାୟଣ ପାଣି ପ୍ରମୁଖ ଭୋଟ୍ ଦେଇଛନ୍ତି। ଚର୍ଚ୍ଚିତ ଆସନ ଘସିପୁରାରେ ଭାଗ୍ୟ ପରୀକ୍ଷା କରୁଥିବା ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି।

ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ପୁରୀର ଦୋଳମଣ୍ଡପ ସାହି ୟୁପି ସ୍କୁଲରେ ଭୋଟ୍ ଦେଇଥିଲେ। ପୁରୀରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଭୁବନେଶ୍ୱର ୟୁନିଟ-୯ ବୟେଜ୍ ହାଇସ୍କୁଲ ବୁଥ୍‌ରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଭୁବନେଶ୍ୱର ୟୁନିଟ୍-୬ ସରକାରୀ ସ୍କୁଲରେ ମତଦାନ କରିଛନ୍ତି। କିଛିଦିନ ତଳେ ପତ୍ନୀଙ୍କ ଦେହାନ୍ତ ଯୋଗୁ ଏଥର ଏକାକୀ ଆସିବାକୁ ପଡ଼ିଥିବାରୁ ଡିଜିପି ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ ଭାବପ୍ରବଣ ହୋଇପଡ଼ିଥିଲେ।



from Odisha Reporter http://bit.ly/2XEGPOj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages