
ନୂଆଦିଲ୍ଲୀ: ବଲିଉଡ୍ର ଆକ୍ସନ ସୁପରଷ୍ଟାର ସନ୍ନି ଦେଓଲ ଖୁବ୍ଶୀଘ୍ର ବିଜେପିରେ ମିଶିବେ। ଖାଲି ମିଶିବେ ନାହିଁ ବରଂ ତାଙ୍କୁ ଦଳ ପଞ୍ଜାବର ଅମୃତସରରୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଟିକେଟ୍ ଦେବ ବୋଲି ଜଣାପଡ଼ିଛି। ଆଜି ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦିଲ୍ଲୀଠାରେ ସନ୍ନି ଦେଓଲଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଶ୍ରୀ ଶାହ ତାଙ୍କୁ ବିଜେପି ଟିକେଟ୍ରେ ଅମୃତସର ଆସନରୁ ଲୋକସଭା ଲଢ଼ିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି।
ପଞ୍ଜାବରେ ବିଜେପି ଶିରୋମଣି ଅକାଳି ଦଳ ସହ ମେଣ୍ଟ କରିଛି। ମେଣ୍ଟ ଅନୁଯାୟୀ ବିଜେପି ଅମୃତସର, ଗୁରଦାସପୁର ଓ ହୋସିଆରପୁରରେ ପ୍ରାର୍ଥୀ ଦେବ। ବାକି ଆସନରେ ଅକାଳି ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ। ତେଣୁ ବିଜେପି ଅମୃତସର ଆସନରୁ ସନ୍ନିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି।
ବୈଠକ ପରେ ସନ୍ନି କହିଛନ୍ତି, “ମୋତେ ନେଇ ଯେଉଁ ଆଲୋଚନା ହେଉଛି, ସେ ସମ୍ପର୍କରେ ମୁଁ ଅବଗତ ରହିଛି। ମୁଁ କେବଳ ସୌଜନ୍ୟମୂଳକ ଭାବେ ଶ୍ରୀ ଶାହଙ୍କୁ ସାକ୍ଷାତ କରିଛି। ଏହାପରେ ଆମେ ଫଟୋ ଉଠାଇଛୁ।”
ବିଜେପି ଅମୃତସରର ଆସନରେ ସନ୍ନି ଦେଓଲଙ୍କୁ ଟିକେଟ୍ ଦେବାକୁ ଚାହୁଁଥିବା ବେଳେ ଗୁରଦାସପୁରରେ ଦିବଂଗତ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା ଖାନ୍ନା କିମ୍ବା ପୁଅ ଅକ୍ଷୟ ଖାନ୍ନାଙ୍କୁ ପ୍ରାର୍ଥୀ କରିବାକୁ ଲକ୍ଷ୍ୟ ରଖିଛି।
from Odisha Reporter http://bit.ly/2IINO4F
No comments:
Post a Comment