୧୬୧ରେ ଅଟକିଲା ମୁମ୍ବାଇ, ରୟାଲ୍ସକୁ ୧୬୨ ରନ୍‌ର ଟାର୍ଗେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

୧୬୧ରେ ଅଟକିଲା ମୁମ୍ବାଇ, ରୟାଲ୍ସକୁ ୧୬୨ ରନ୍‌ର ଟାର୍ଗେଟ

ଜୟପୁର: କ୍ୱିଣ୍ଟନ୍‌ ଡିକକ୍‌ଙ୍କ ୬୫ ରନ୍‌ ଓ ପାଣ୍ଡ୍ୟାଙ୍କ ବିସ୍ଫୋରକ ୨୩ ରନ୍‌ର ଇନିଂସ୍‌ ସତ୍ତ୍ୱେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ୍‌ ହରାଇ ମାତ୍ର ୧୬୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଆଇପିଏଲ୍‌ର ଏହି ୩୬ତମ ମ୍ୟାଚ୍‌ଟିକୁ ଜିତିବା ପାଇଁ ରାଜସ୍ଥାନ ରୟାଲ୍ସକୁ ୧୬୨ ରନ୍‌ର ଟାର୍ଗେଟ ମିଳିଛି। ରାଜସ୍ଥାନ ପକ୍ଷରୁ ଯୁବ ତାରକା ଶ୍ରେୟସ ଗୋପାଲ ସର୍ବାଧିକ ଦୁଇଟି ୱିକେଟ୍‌ ନେଇଛନ୍ତି।

ଏହି ମ୍ୟାଚ୍‌ରେ ରାଜସ୍ଥାନ ତା’ର ନିୟମିତ ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କ ବଦଳରେ ଷ୍ଟିଭ୍‌ ସ୍ମିଥଙ୍କୁ କ୍ୟାପ୍ଟେନ୍‌ କରିଥିଲା।  ସ୍ମିଥ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ବୋଲରମାନେ ଠିକ୍‌ ମଧ୍ୟ ସାବ୍ୟସ୍ତ କରିଥିଲେ। ମ୍ୟାଚ୍‌ର ୨.୩ ଓଭର୍‌ରେ ରିଷ୍ଟ ସ୍ପିନର ଶ୍ରେୟସ ଗୋପାଲ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କୁ ଆଉଟ୍‌ କରି ପ୍ରଥମ ସଫଳତା ଦେଇଥିଲେ।

ଏହାପରେ ସୂର୍ଯ୍ୟକୁମାର ଯାଦବ ଓ କ୍ୱିଣ୍ଟନ୍‌ ଡିକକ୍‌ ବେଶ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୦୦ ପାର୍‌ କରାଇଥିଲେ। ଇତି ମଧ୍ୟରେ ଡିକକ୍‌ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୦୮ଥିବା ବେଳେ ବ୍ୟକ୍ତିଗତ ୩୪ ରନ୍‌ କରି ସୂର୍ଯ୍ୟକୁମାର ପ୍ୟାଭିଲିୟନ୍‌ ଫେରିଥିଲେ। ତାଙ୍କୁ ଷ୍ଟୁଆର୍ଟ ବିନ୍ନି ଆଉଟ୍‌ କରିଥିଲେ।

୬୫ ରନ୍‌ କରିଥିବା ଡିକକ୍‌ ମଧ୍ୟ ବେଶୀ ସମୟ ତିଷ୍ଟ ପାରି ନଥିଲେ। ସେ ଯୁବ ତାରକା ଗୋପାଲଙ୍କ ଦ୍ୱିତୀୟ ଶିକାର ବନିଥିଲେ। ପୋଲାର୍ଡ ମଧ୍ୟ ମାତ୍ର ୭ ରନ୍‌ କରି ଜୟଦେବ ଉନାଦକତ୍‌ଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ।

୧୬.୫ ଓଭର୍‌ରେ ମୁମ୍ବାଇ ୪ ୱିକେଟ୍‌ ହରାଇ ମାତ୍ର ୧୨୪ କରିଥିଲା। ତେବେ ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ୧୫ଟି ବଲ୍‌ରେ ୨୩ ଓ ବେନ୍‌ କଟିଂ ୯ ବଲ୍‌ରେ ୧୩ ରନ୍‌ କରିବାରୁ ଦଳୀୟ ସ୍କୋର ୧୬୦ ଅତିକ୍ରମ କରିଥିଲା। କଟିଂ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ବେଳେ ପାଣ୍ଡ୍ୟାଙ୍କୁ ଆର୍ଚର ଆଉଟ୍‌ କରିଥିଲେ।
ରାଜସ୍ଥାନ ପକ୍ଷରୁ ଗୋପାଲ ଦୁଇଟି ୱିକେଟ୍‌ ନେଇଥିବା ବେଳେ ଉନାଦକତ୍‌, ବିନ୍ନି ଓ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।



from Odisha Reporter http://bit.ly/2GvWA4s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages