ଯୁକ୍ତ ଦୁଇ ମୂଲ୍ୟାୟନରେ ଅବ୍ୟବସ୍ଥା: ଠିକ୍‌ ସମୟରେ ରେଜଲ୍ଟ ବାହାରିବ ତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଯୁକ୍ତ ଦୁଇ ମୂଲ୍ୟାୟନରେ ଅବ୍ୟବସ୍ଥା: ଠିକ୍‌ ସମୟରେ ରେଜଲ୍ଟ ବାହାରିବ ତ?

ବାଲେଶ୍ୱର/ଜୟପୁର(ରଞ୍ଜିତ ପାକଳ/ଟି ଗୌରୀ ଶଙ୍କର): ଯୁକ୍ତ ଦୁଇ ଖାତା ମୂଲ୍ୟାୟନରେ ଚରମ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଯାହାଫଳରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ବାହାରିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଗତ ୮ ତାରିଖରୁ ଆରମ୍ଭ ହୋଇ ୧୮ରେ ସରିବା କଥା। ହେଲେ ଆନୁସଙ୍ଗିକ ସୁବିଧାର ଅଭାବରୁ ଖାତା ଦେଖାରେ ବିଭ୍ରାଟ ହୋଇଥିବା ଦେଖିବାକୁ ମିଳିଛି ବାଲେଶ୍ୱର ଓ ଜୟପୁରରେ।

ବାଲେଶ୍ୱର ମେମ୍ସ କଲେଜରେ ଇ- ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଲାଗି ନିଯୁକ୍ତ ହୋଇଛନ୍ତି ୨୪୦ ଅଧ୍ୟାପକ ଓ ଅଧ୍ୟାପିକା। ହେଲେ ଉପସ୍ଥିତ ଅଛନ୍ତି ମାତ୍ର ୧୬୦। ତେବେ ସେତିକି ପରୀକ୍ଷକଙ୍କ ପାଇଁ ମଧ୍ୟ ସେଣ୍ଟରରେ ଆବଶ୍ୟକୀୟ କମ୍ପ୍ୟୁଟର ନଥିବା ଅଭିଯୋଗ ହୋଇଛି। ତେଣୁ ଅଧ୍ୟାପକ ଓ ଅଧ୍ୟାପିକାମାନେ ବାହାରେ ବୁଲୁଛନ୍ତି।
ସେହିଭଳି ସେଣ୍ଟରରେ କରେଣ୍ଟର ବ୍ୟାକ୍‌ ଅପ୍‌ ବ୍ୟବସ୍ଥା ମଧ୍ୟ ନାହିଁ। ଘନ ଘନ ବିଦ୍ୟୁତ କଟି ଯାଉଥିବାରୁ ଖାତା ମୂଲ୍ୟାୟନ ପ୍ରକ୍ରିୟାରେ ଗୁରୁତର ବିଭ୍ରାଟ ସୃଷ୍ଟି ହେଉଥିବା କହିଛନ୍ତି ବହୁ ପରୀକ୍ଷକ। ଏପଟେ କମ୍ପ୍ୟୁଟର ଖୋଲିବାକୁ ଓଟିପି ଆସୁନଥିବା କାରଣରୁ ଦିନ ଦିନ ଧରି ଅପେକ୍ଷା କରୁଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା। ଦୂରଦୂରାନ୍ତରୁ ଆସି ଖାତା ଦେଖିନପାରି ଫେରୁଥିବାରୁ ଏବେ ଅନେକ ପରୀକ୍ଷକ ଆଉ ଆସିବାକୁ ସିଧା ସିଧା ମନା କରିଛନ୍ତି।

ପରୀକ୍ଷକ ରୀତା ଦେବୀ କହିଛନ୍ତି, “ଆମେ ଗତ ୮ ତାରିଖରୁ ଆସିଲୁଣି। ଏଠି ସବୁ ଅବ୍ୟବସ୍ଥା ଲାଗି ରହିଛି। ତେଣୁ ଗତ ୩ ଦିନ ହେଲା ଖାତା ଦେଖିନୁ। ସବୁ କମ୍ପ୍ୟୁଟର କାମ କରୁନାହିଁ।” ମୁଖ୍ୟ ପରୀକ୍ଷକ ଶରତ ଚନ୍ଦ୍ର ବାଗ୍ କହିଛନ୍ତି, ‘ଆବଶ୍ୟକ କମ୍ପ୍ୟୁଟର ନଥିବାରୁ ପରୀକ୍ଷକମାନେ ଚାରିଆଡ଼େ ବୁଲୁଛନ୍ତି।”

ସେହିପରି ଜୟପୁରର ବିକ୍ରମ ଦେବ ଅଟୋନମସ୍‌ କଲେଜର ଇ-ମୂଲ୍ୟାୟନ କେନ୍ଦ୍ରର ଦୁଃଖ କହିଲେ ସରିବନି। ଏଠାରେ ୯୦ ଜଣଙ୍କ ବଦଳରେ ଖାତା ଦେଖୁଛନ୍ତି ମାତ୍ର ୫୬ ଜଣ। ତେବେ ଅଧ୍ୟାପକ ଉପସ୍ଥିତି କମିବା ପଛରେ ରହିଛି ସାଧାରଣ ନିର୍ବାଚନ। ପୋଲିଂରେ ନିୟୋଜିତ ହୋଇଥିବାରୁ ଅନେକ ପରୀକ୍ଷକ କେନ୍ଦ୍ରରେ ଯୋଗଦେଇ ପାରୁ ନାହାନ୍ତି। ତେଣୁ ଖାତା ଦେଖା ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେଉଛି।

ଇ-ମୂଲ୍ୟାୟନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବିଭ୍ରାଟକୁ ସ୍ୱୀକାର କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ। ତେବେ ସମସ୍ୟାର ମୁକାବିଲା ପାଇଁ ଦୁଇଟି ସିଫ୍ଟରେ ଖାତା ଦେଖିବାକୁ କେନ୍ଦ୍ରଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାସ।

ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଏପ୍ରିଲ ୮ରୁ ଆରମ୍ଭ ହୋଇ ୧୮ରେ ଶେଷ ହେବାର ଥିଲା। ହେଲେ ଆଜି ସୁଦ୍ଧା କିଛି ସେଣ୍ଟରରେ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ସରିନଥିବାରୁ ମେ ତୃତୀୟ ସପ୍ତାହ ସୁଦ୍ଧା ଫଳାଫଳ କେମିତି ପ୍ରକାଶ ପାଇବ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।



from Odisha Reporter http://bit.ly/2Vjeos5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages