
ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ହିମାଚଳ ପ୍ରଦେଶ ବିଜେପି ମୁଖ୍ୟ ସତପାଲ ସିଂହ ସତ୍ତିଙ୍କ ଉପରେ ୪୮ ଘଣ୍ଟାର ବ୍ୟାନ୍ ଲଗାଇଛନ୍ତି ନିର୍ବାଚନ କମିଶନ୍। ଏହି ଅବଧିରେ ସେ କୌଣସି ପ୍ରଚାର କରିପାରିବେ ନାହିଁ ବୋଲି ସୂଚନା ମିଳିଛି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଆସନ୍ତାକାଲି ୧୦ଟା ପରଠାରୁ ୨ ଦିନ ଯାଏ ସେ ପ୍ରଚାର କରିପାରିବେ ନାହିଁ।
ଚଳିତ ସପ୍ତାହରେ ହିଁ ଶିମ୍ଲା ଲୋକସଭା ନିର୍ବାଚନ ମଣ୍ଡଳୀରେ ଏକ ଜନସମାବେଶରେ ସେ କହିଥିଲେ, ଯଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୋର କହିପାରିବେ ମୁଁ ମଧ୍ୟ ତାଙ୍କୁ କିଛି ବି କହିପାରିବି। ସେ ଜାମିନ୍ରେ ଆସିଛନ୍ତି, ତାଙ୍କ ମା ଜାମିନ୍ରେ ଆସିଛନ୍ତି ଏବଂ ତାଙ୍କ ଭିଣୋଇ ମଧ୍ୟ ଜାମିନ୍ରେ ଆସିଛନ୍ତି। ଆଉ ସେ ପ୍ରଧାନମନ୍ତ୍ରୀଙ୍କୁ ଚୋର କହୁଛନ୍ତି ? ଏହା ପରେ ସେ ରାହୁଲଙ୍କ ଉଦ୍ଦେଶ୍ୟରେ ଏକ ଅଶାଳୀନ ଶବ୍ଦ ମଧ୍ୟ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।
ତାଙ୍କର ଏହି ମନ୍ତବ୍ୟକୁ ନେଇ ହିମାଚଳ ପ୍ରଦେଶର କଂଗ୍ରେସ କର୍ମୀମାନେ ଗତ କିଛି ଦିନ ଧରି ବିରୋଧ କରିଆସୁଛନ୍ତି। ସତ୍ୟପାଲଙ୍କ ନାମରେ ସ୍ଥାନୀୟ ଥାନାରେ ଆଇପିସିର ୨୯୪ ଧାରା ଅଧୀନରେ ମାମଲା ମଧ୍ୟ ରୁଜୁ କରାଯାଇଛି।
from Odisha Reporter http://bit.ly/2UMaTea
No comments:
Post a Comment