ବିରାଟ୍‌ଙ୍କ ବିସ୍ଫୋରକ ଶତକ, ଆରସିବିର ବିଶାଳ ୨୧୩ ରନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ବିରାଟ୍‌ଙ୍କ ବିସ୍ଫୋରକ ଶତକ, ଆରସିବିର ବିଶାଳ ୨୧୩ ରନ୍‌

କୋଲକାତା: ବିରାଟ୍‌ କୋହଲିଙ୍କ ବିସ୍ଫୋରକ ଶତକ ଓ ମୋଇନ୍‌ ଅଲୀଙ୍କ ୨୮ଟି ବଲ୍‌ରେ ୬୬ ରନ୍ ଇନିଂସ୍‌ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ୍‌ ହରାଇ ବିଶାଳ ୨୧୩ ରନ୍‌ କରିଛି। ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ଟିକୁ ଜିତିବା ପାଇଁ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର)କୁ ୨୧୪ ରନ୍‌ର ଟାର୍ଗେଟ ମିଳିଛି।

ବିରାଟ୍‌ ମାତ୍ର ୫୮ଟି ବଲ୍‌ରେ ୧୦୦ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଆରମ୍ଭରୁ ଧିମା ଖେଳୁଥିବା ବିରାଟ୍‌ ୧୭ ଓଭର୍‌ ପରେ ବେଶ ଆକ୍ରମଣାତ୍ମ ହୋଇ ଉଠିଥିଲେ। ମାର୍କସ ଷ୍ଟୋଇନିସ୍‌ ମଧ୍ୟ ଶେଷ ଓଭର୍‌ରେ କିଛି ଦର୍ଶନୀୟ ଶଟ୍‌ ଖେଳିବାରୁ ଦଳୀୟ ସ୍କୋର ୨୧୩ରେ ପହଞ୍ଚିଥିଲା।

ଏହି ମ୍ୟାଚ୍‌ଟି ଆରସିବି ପାଇଁ କର ବା ମର। କାରଣ ଏହି ମ୍ୟାଚ୍‌ଟି ହାରିଲେ ଆରସିବି ଆଇପିଏଲ୍‌ ୨୦୧୯ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିବ।

କେକେଆର ଅଧିନାୟକ ଦୀନେଶ କାର୍ତ୍ତିକ ଆଜି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ୩.୨ ଓଭର୍‌ରେ ଅଭିଜ୍ଞ ସୁନୀଲ ନାରିନ୍‌ ଆରସିବିର ଓପନର ପାର୍ଥିବ ପଟେଲ(୧୧)ଙ୍କୁ ଆଉଟ୍‌ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ପ୍ରମୋସନ୍‌ ପାଇ ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଅକ୍ଷଦୀପ ନାଥ ମାତ୍ର ୧୩ ରନ୍‌ କରିଥିଲେ। ତାଙ୍କୁ ଆନ୍ଦ୍ରେ ରସେଲ ଆଉଟ୍‌ କରିଥିଲେ।

୫୯ ରନ୍‌ରେ ଦୁଇ ୱିକେଟ୍‌ ହରାଇଥିବା ଆରସିବିର ବ୍ୟାଟିଂ ମଙ୍ଗ ଅଧିନାୟକ ବିରାଟ୍‌ କୋହଲି ଓ ମୋଇନ୍‌ ଅଲୀ ସମ୍ଭାଳିଥିଲେ। ଉଭୟ କୋଲକାତା ବୋଲରଙ୍କୁ କଡ଼ା ମୁକାବିଲା କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଇତି ମଧ୍ୟରେ ଦୁଇ ଜଣ ଯାକ ନିଜର ଅର୍ଦ୍ଧଶତକ ହାସଲ କରି ୪ର୍ଥ ୱିକେଟ୍‌ ପାଇଁ ୯୦ ରନ୍‌ର ଭାଗିଦାରୀ କରିଥିଲେ। ଦଳୀୟ ସ୍କୋର ୧୪୯ ଥିବା ବେଳେ ୨୮ଟି ବଲ୍‌ରେ ୬୬ ରନ୍‌ କରିଥିବା ମୋଇନ୍‌ ଅଲୀଙ୍କୁ କୁଲଦୀପ ଯାଦବ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ଏହାପରେ ବିରାଟ୍‌ ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ସେ ୧୯ ତମ ଓଭର୍‌ ବୋଲିଂ କରୁଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କ ଠାରୁ ୧୯ ରନ୍‌ ଆଦାୟ କରିଥିଲେ। ବିରାଟ୍‌ଙ୍କ ଏହି ଶତକୀୟ ଇନିଂସ୍‌ରେ ମାର୍କସ ଷ୍ଟୋଇନିସ୍‌ ଭରପୂର ସହଯୋଗ କରିଥିଲେ। ଶେଷ ଓଭର୍‌ରେ ବିରାଟ୍‌ ୪ ଚୌକା ମାରି ୫୭ଟି ବଲ୍‌ରେ ନିଜର ଶତକ ହାସଲ କରିଥିଲେ। ତେବେ ଶେଷ ବଲ୍‌ରେ ସେ ଆଉଟ୍‌ ହୋଇଯାଇଥିଲେ। ଷ୍ଟୋଇନିସ୍‌ ଶେଷ ପର୍ଯ୍ୟନ୍ତ ୮ଟି ବଲ୍‌ରେ ୧୭ ରନ୍‌ କରି ଅପରାଜିତ ରହିଥିଲେ।

କେକେଆର ପକ୍ଷରୁ ହ୍ୟାରି ଗୁରନେ, ସୁନୀଲ ନାରିନ, ରସେଲ ଓ କୁଲଦୀପ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।



from Odisha Reporter http://bit.ly/2KOIa3A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages