କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷରେ ୱାର୍ଣ୍ଣରଙ୍କ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷରେ ୱାର୍ଣ୍ଣରଙ୍କ ରେକର୍ଡ

ଚଣ୍ଡିଗଡ଼: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଜବରଦସ୍ତ ଫର୍ମରେ ଅଛନ୍ତି। ସୋମବାର କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ୱାର୍ଣ୍ଣର ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ୱାର୍ଣ୍ଣର ଆଇପିଏଲ୍ ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ କୌଣସି ଟିମ୍ ବିପକ୍ଷରେ କ୍ରମାଗତ ୭ଟି ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି।

ସୋମବାର ମ୍ୟାଚରେ ସେ ପଞ୍ଜାବ ବିପକ୍ଷରେ ଅପରାଜିତ ୭୦ ରନର ଇନିଂସ୍ ଖେଳିଥିଲେ। ପଞ୍ଜାବ ବିପକ୍ଷରେ ସେ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ୭ଟି ଅର୍ଦ୍ଧଶତକ ମାରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ୭ଟି ଅର୍ଦ୍ଧଶତକ ମାରିଥିଲେ। ଏହାଛଡ଼ା ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ୱାର୍ଣ୍ଣର କ୍ରମାଗତ ଚାରୋଟି (୭୦*, ୫୧, ୫୨, ୫୮) ଅର୍ଦ୍ଧଶତକ ମାରି ନୂଆ ରେକର୍ଡ ସ୍ଥାପନ କରିଛନ୍ତି।

ୱାର୍ଣ୍ଣରଙ୍କ ପରେ ଏହି ତାଲିକାରେ ଅଛନ୍ତି କ୍ରିସ ଗେଲ। ଗେଲ୍ ୨୦୧୨-୧୩ରେ କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷରେ ଲଗାତାର ୪ଟି ଏବଂ ଜୋଶ ବଟଲର ମଧ୍ୟ ପଞ୍ଜାବ ବିପକ୍ଷରେ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ୪ଟି ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି।



from Odisha Reporter http://bit.ly/2U6f6E8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages