ଉପକୂଳ ଜିଲ୍ଲାରେ ଆଚରଣ ବିଧି ସମ୍ପୂର୍ଣ୍ଣ ଉଚ୍ଛେଦ ଦାବି କଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଉପକୂଳ ଜିଲ୍ଲାରେ ଆଚରଣ ବିଧି ସମ୍ପୂର୍ଣ୍ଣ ଉଚ୍ଛେଦ ଦାବି କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତି ଭୟଙ୍କର ବାତ୍ୟାର ରୂପ ନେଇସାରିଥିବା ‘ଫୋନି’ ର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ନିମନ୍ତେ ତୁରନ୍ତ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରୁ ନିର୍ବାଚନ ଆଚରଣ ବିଧି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ବିଜେଡି ଦାବି କରିଛି। ଏହାସହିତ ମଇ ୧୯ତାରିଖରେ ହେବାକୁ ଥିବା ପାଟକୁରା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ବିଜେଡି ଆଜି ନିର୍ବାଚନ କମିଶନଙ୍କୁ ଲିଖିତ ଭାବେ ଅନୁରୋଧ କରିଛି।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶାର ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ନିମନ୍ତେ ପ୍ରତିବନ୍ଧକ ସାଜିଥିବା ନିର୍ବାଚନ ଆଚରଣ ବିଧିକୁ ତୁରନ୍ତ ହଟାଇବାକୁ ଅନୁରୋଧ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆସନ୍ତା ୭୨ଘଣ୍ଟା ମଧ୍ୟରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ନିକଟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି।

ଏହି ବାତ୍ୟାର ସମ୍ଭାବ୍ୟ ଗତିପଥ ଉପକୂଳ ଜିଲ୍ଲା ପୁରୀ,ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରହିଥିବାବେଳେ ଘଣ୍ଟାପ୍ରତି ୨୨୦କିମି ବେଗରେ ପବନ ବୋହିବା ସହ ଉଚ୍ଚ ଜୁଆର ମାଡ଼ିଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଏହିସବୁ ଉପକୂଳ ଜିଲ୍ଲାଗୁଡ଼ିକରେ ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଓ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ନିର୍ବାଚନ ଆଚରଣ ବିଧି ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବାର ଆବଶ୍ୟକତା ରହିଛି। ଯାହାଫଳରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଯଥାର୍ଥ ପଦକ୍ଷେପ ନେଇପାରିବେ।

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ରଣନୀତି ଯଥା-ସ୍ଥାନାନ୍ତର, ରିଲିଫ, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ସ୍ଥାନୀୟ ଗୋଷ୍ଠୀର ସମ୍ପୃକ୍ତି ଉପରେ ନିର୍ଭର କରିଥାଏ। ସ୍ଥାନୀୟ ଗାଁ ଲୋକ, ଯୁବଗୋଷ୍ଠୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଏହି ବିପର୍ଯ୍ୟୟ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ବିପର୍ଯ୍ୟୟ ପ୍ରସ୍ତୁତିବେଳେ ବହୁ ପରିମାଣର ମାନବ ସମ୍ବଳ, ଖାଦ୍ୟ ସାମଗ୍ରୀ, ଉପକରଣ, ମକଡ୍ରିଲ୍ ଆଦି ଦ୍ୱାରା ସଫଳ ବିପର୍ଯ୍ୟୟ ପରିଚାଳନା ହୋଇଥାଏ। ଏବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବୃଦ୍ଧ,ଶିଶୁ, ଗର୍ଭବତୀ ମହିଳା, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାର ଆବଶ୍ୟକତା ରହିଛି। ଏହା ମଧ୍ୟ ସରକାରଙ୍କ ସର୍ବାଧିକ ପ୍ରାଥମିକତା ବୋଲି ନବୀନ କହିଛନ୍ତି।

ସେହିପରି ପାଟକୁରା ନିର୍ବାଚନକୁ ସ୍ଥଗିତ ରଖାଗଲେ ସ୍ଥାନୀୟ ଲୋକମାନେ ମିଳିତ ଭାବେ ସୌହାର୍ଦ୍ଦ୍ୟର ସହ କାମ କରିପାରିବେ ଓ ପ୍ରଶାସନ ମଧ୍ୟ ଲୋକଙ୍କ ମୂଲ୍ୟବାନ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇପାରିବ। ତେଣୁ ଏସବୁୁ ଦୃଷ୍ଟିରୁ ଆସନ୍ତା ୭୨ଘଣ୍ଟା ବେଶ୍ ଗୁରୁତ୍ୱ ବହନ କରୁଛି ବୋଲି ନବୀନ କହିବା ସହ ୟୁଏସ ନେଭି ଦ୍ୱାରା ରେକର୍ଡ କରାଯାଇଥିବା ସାମୁଦ୍ରିକ ଝଡ଼ “ଫୋନି’ର ସାଟେଲାଇଟ୍ ଚିତ୍ର ମଧ୍ୟ କମିଶନଙ୍କୁ ପ୍ରଦାନ କରିଛନ୍ତି।



from Odisha Reporter http://bit.ly/2GK5tX6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages