ଛତିଶା ନିଯୋଗ ବୈଠକ ବର୍ଜନ କଲେ ଶ୍ରୀମନ୍ଦିର ସେବାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଛତିଶା ନିଯୋଗ ବୈଠକ ବର୍ଜନ କଲେ ଶ୍ରୀମନ୍ଦିର ସେବାୟତ

ପୁରୀ(ମଧୁସୂଦନ ମିଶ୍ର):  ଛତିଶା ନିଯୋଗ ବୈଠକ ବର୍ଜନ କରିଛନ୍ତି ଶ୍ରୀମନ୍ଦିର ସେବାୟତ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଶ୍ରୀମନ୍ଦିରରେ ସେବାୟତ ସଂଖ୍ୟା ହ୍ରାସ ପାଇଁ ଉଲ୍ଲେଖ ଥିବା ଅଭିଯୋଗ କରି ବୈଠକ ବର୍ଜନ କରିଛନ୍ତି ସେବାୟତ। ତେବେ ଏନେଇ ସ୍ପଷ୍ଟୀକରଣ ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, କୌଣସି ବଂଶାନୁକ୍ରମିକ ସେବା ଉଚ୍ଛେଦ କରାଯାଇନାହିଁ। କିନ୍ତୁ ସଂଖ୍ୟା ସୀମିତ କରାଯାଇଛି। ଏହାବ୍ୟତୀତ ବି.ଡି. ଶର୍ମାଙ୍କ ରିପୋର୍ଟକୁ କେବଳ ଉଦାହରଣ ଭାବେ ସତ୍ୟପାଠରେ ସଂଲଗ୍ନ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ଗତ ୨୪ ତାରିଖରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠକୁ ନେଇ ବିବାଦ ଦେଖାଦେଇଛି। ଗତ ରାତିରେ ଶ୍ରୀମନ୍ଦିର ଭିତରେ ସେବାୟତ ସମାଜର ଏକ ଜରୁରୀ ବୈଠକ ହୋଇଥିଲା। ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ସେବାୟତ ନିଯୋଗର ମତାମତ ନିଆ ନ ଯାଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିବାରୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ବିରୋଧ କରିଥିଲେ। ଏହାସହ ଏହା ଉପରେ ପୁନଃବିଚାର କରା ନ ଗଲେ ସମୂହ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ।



from Odisha Reporter http://bit.ly/2ULjBEB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages