ଗରମ ଦିନେ ଲିଚି ଭରପୁର ମାତ୍ରାରେ ଖାଆନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଗରମ ଦିନେ ଲିଚି ଭରପୁର ମାତ୍ରାରେ ଖାଆନ୍ତୁ…

lichhi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରମ ଦିନ ଆସିବା ମାତ୍ରେ ଆମ ଶରୀରରେ ପାଣିର ମାତ୍ରା ଖୁବ୍‌ ଅଧିକ ପରିମାଣରେ ଆବଶ୍ୟକ ଥାଏ।  ଅଧିକରୁ ଅଧିକ ପାନୀୟ ପଦାର୍ଥ ସେବନ କରିବା ନିମନ୍ତେ  ଆମେ ଚେଷ୍ଟା କରୁ  । ଆପଣ ଜାଣିଛନ୍ତି ଏମିତି କିଛି ଫଳମୂଳ ବି ଅଛି ଯାହା ଶରୀର ପାଇଁ ଖୁବ୍‌ ଉପକାରୀ। ସେଥିମଧ୍ୟରେ ରହିଛି ଲିଚି।

ଖରାଦିନେ ଲିଚି ଆମ ଶରୀର ପାଇଁ ଖୁବ୍‌ ଉପକାରୀ। ଲିଚିରେ ଜଲର ମାତ୍ରା ଅଧିକ ପରିମାଣରେ ଥିବାରୁ ଆମ ଶରୀରରେ ପାଣିର ମାତ୍ରା କମ୍‌ ହେବାକୁ ଦିଏ ନାହିଁ। ଲିଚି ଖାଇବା ଦ୍ୱାରା ଆମ ଶରୀରକୁ ଭିଟାମିନ୍‌ ସି, ପଟାସିୟମ୍‌, ଓ ନେଚୁରାଲ୍‌ ସୁଗାର ମିଳିଥାଏ। ଏହା ସହ ଗରମ ଦିନେ ଲିଚି ଶରୀରରକୁ ଥଣ୍ଡା ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଲିଚି ଖାଇବା ଦ୍ୱାରା ଶରୀରର ବହୁ ଉପକାର ହୋଇଥାଏ, ଆସନ୍ତୁ ଆଣିବା।

ପେଟ ରୋଗ ପାଇଁ ଉପକାରୀ: ଗରମ ଦିନ ଆସିବା ମାତ୍ରେ ପେଟ ସମ୍ବନ୍ଧିତ ଅନେକ ରୋଗ ଦେଖିବାକୁ ମିଳିଥାଏ। ଏହି ପାଗରେ ବାନ୍ତି, କବଜ ଭଳି ରୋଗ ଦେଖାଯାଇଥାଏ। ଏମିତି କି ଲିଚି ସେବନ କରିବା ଦ୍ୱାରା ହଜମ ମଧ୍ୟ ଠିକ୍‌ ଭାବେ ହୋଇଥାଏ।

ଥକା କମ୍‌ ଲାଗିଥାଏ: ଅଫିସ୍‌ କିମ୍ବା ଘରେ କାମ କରିବା ଦ୍ୱାରା ବହୁତ ଥକା ଅନୁଭୂତ ହୋଇଥାଏ।  ଏହି ଦିନ ଲିଚି ସେବନ କରିବା ଆବଶ୍ୟକ। ଲିଚିରେ ମିଳୁଥିବା ଭିଟାମିନ୍‌ ଓ ମିନର୍ଲସ ଆମ ଶରୀର ପାଇଁ  ଲାଭଦାୟକ ହୋଇଥାଏ। ଲିଚି ସେବନ କରିବା ଦ୍ୱାରା ଆମ ଇମ୍ୟୁନିଟି ସିଷ୍ଟମ୍‌ ବି ଠିକ୍‌ ରହିଥାଏ।

ଓଜନ କମ୍‌ କରିବାରେ ସହାୟକ ହୋଇଥାଏ: ଲିଚି ସ୍ୱାଦ ସହ ଆମ ଶରୀରରେ ବଢ଼ୁଥିବା ଓଜନକୁ କମ୍‌ କରିବାରେ ସହାୟକ ହୋଇଥାଏ। ଲିଚିରେ ଅଧିକ ମାତ୍ରାରେ ଫାଇବର ଥାଏ, ଯାହାକି ଓଜନ କମ୍‌ କରିଥାଏ। ଆହୁରି ଅନେକ ସମସ୍ୟାକୁ ବି ଏହା ରୋକିଥାଏ।

ଥଣ୍ଡା କାଶରୁ ମୁକ୍ତି: ଲିଚି ଖାଇବା ଦ୍ୱାରା ଏଥିରୁ ମିଳୁଥିବା ଭିଟାମିନ୍‌ର ମାତ୍ରା ଥଣ୍ଡା, କାଶ ଜ୍ୱର ଓ ଗଳାରେ ହୋଇଥିବା ସଂକ୍ରମଣକୁ ବି ରୋକିଥାଏ।

ବ୍ଲଡ୍‌ପ୍ରେସରକୁ ସନ୍ତୁଳନ କରେ ଓ ହାର୍ଟ୍‌ ସମସ୍ୟାକୁ ଭଲ କରିଥାଏ: ଲିଚିରେ ମିଳୁଥିବା ପଟାସିୟମ୍‌ ବ୍ଲଡ୍‌ ପ୍ରେସର ସନ୍ତୁଲନ ରଖିଥାଏ। ଏହା ଛଡ଼ା ଲିଚି ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ଠିକ୍‌ ରହିଥାଏ। ଫଳରେ ହାର୍ଟ୍‌ ଆଟାକ୍‌ର ଆଶଙ୍କା କମ୍‌ ହୋଇଥାଏ।

କର୍କଟ ଓ ଆର୍ଥାରାଇଟ୍‌ସ ପାଇଁ ଉପଯୋଗୀ: ଲିଚି ସେବନ କରିବା ଦ୍ୱାରା କର୍କଟ ରୋଗର ସେଲ୍ସ ବଢ଼ି ନଥାଏ। ଏଥିରେ କ୍ୟାନ୍ସର ସେଲ୍ସ ସହ ଲଢ଼ିବାର ଗୁଣ ବି ରହିଥାଏ। ସେଥିପାଇଁ ଲିଚି ଖାଇବା ଦ୍ୱାରା କର୍କଟ ରୋଗ ହେବା ବିପଦ କମିଯାଇଥାଏ। ଆର୍ଥରାଇଟ୍‌ସରେ ପୀଡ଼ିତ ଲୋକ ବି ଲିଚି ଖାଇବା ଆବଶ୍ୟକ।



from Odisha Reporter http://bit.ly/2GTObbs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages