
ରାଞ୍ଚି: ଇଭିଏମ ପ୍ରସଙ୍ଗରେ ବିରୋଧୀ ପୁଣି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଝାରଖଣ୍ଡର ଲୋହରଡଗ୍ଗାର ଏକ ନିର୍ବାଚନୀ ରାଲିରେ ବିରୋଧୀଙ୍କ ଅଭିଯୋଗର ଜବାବ ରଖି ମୋଦି କହିଛନ୍ତି ପରାଜୟ ଭୟରେ ଇଭିଏମ ମେସିନକୁ ସେମାନେ ସନ୍ଦେହ କରୁଛନ୍ତି। ପ୍ରଧାନମନ୍ତ୍ରୀ ପାଇଁ ସ୍ୱପ୍ନ ଦେଖୁଥିବା ନେତା ଏଭଳି ଅଭିଯୋଗ ଆଣୁଛନ୍ତି ବୋଲି ମୋଦି ପରୋକ୍ଷରେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି।
ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ପରେ ମଧ୍ୟ ବିରୋଧୀ ଇଭିଏମକୁ ପ୍ରଶ୍ନ କରିବା ପରାଜୟ ସ୍ଵୀକାର ଛଡ଼ା ଆଉ କିଛି ନୁହେଁ ବୋଲି ମୋଦି କହିଛନ୍ତି। ପୂର୍ବରୁ ସମସ୍ତେ ମୋଦିଙ୍କୁ ଟାର୍ଗେଟ କରୁଥିଲେ। ଏବେ ମୋଦିଙ୍କୁ ଭୁଲି ଇଭିଏମକୁ ବିରୋଧୀ ଟାର୍ଗେଟ କରିଛନ୍ତି ବୋଲି ସେ କହିଛନ୍ତି।
from Odisha Reporter http://bit.ly/2W3rWoB
No comments:
Post a Comment