ଇଭିଏମ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟରେ ସାନି ଆବେଦନ କଲେ ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ଇଭିଏମ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟରେ ସାନି ଆବେଦନ କଲେ ବିରୋଧୀ

ନୂଆଦିଲ୍ଲୀ: ୫୦ ପ୍ରତିଶତ  ଇଭିଏମ୍ ଭୋଟ ସହ ଭିଭିପ୍ୟାଟର ଭୋଟ ମିଳାଇବା ପାଇଁ ସୁପ୍ରିମକୋର୍ଟରେ ପୁଣି ସାନି ଆବେଦନ କରିଛନ୍ତି ତେଲୁଗୁ ଦେଶମ ପାର୍ଟି(ଟିଡିପି) ନେତୃତ୍ୱାଧୀନ ୨୧ ବିରୋଧୀ ଦଳ। ଯଦି ନିର୍ବାଚନ ଅଧିକାରୀ କିମ୍ବା କୋର୍ଟ ଇଭିଏମ କିଭଳି ଟ୍ୟାମ୍ପରିଂ କରିହେବ ପ୍ରମାଣ ମାଗନ୍ତି ସେଥିପାଇଁ ଏକ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ କରିଛନ୍ତି ବିରୋଧୀ। ଗତକାଲି ଏହି ସୂଚନା ଦେଇଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ।

 ପୂର୍ବରୁ ଏହି ମାମଲାରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ନିର୍ବାଚନ କମିିଶନ ପକ୍ଷ ରଖିଥିଲେ। ୫୦ ପ୍ରତିଶତ ଇଭିଏମ୍ ଭୋଟ ସହ ଭିଭିପ୍ୟାଟର ଭୋଟ ମିଳାଇଲେ ଭୋଟ ଫଳାଫଳ ବିଳମ୍ୱ ହେବ ବୋଲି ଦର୍ଶାଇଥିଲେ। ଏଥିସହ ମାନବ ସମ୍ୱଳର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହାପରେ ବିରୋଧୀଙ୍କ ଏହି ଆବେଦନର ଶୁଣାଣି କରି ଭୋଟ ଗଣତି ବେଳେ ଭିଭିପ୍ୟାଟର ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ଏପ୍ରିଲ ୮ ତାରିଖରେ ନିର୍ବାଚନ କମିଶନଙ୍କୁ କହିଥିଲେ। ଯେଉଁଥିରେ ଭୋଟ ଗଣତିରେ ଘଣ୍ଟାଏ ପାଖାପାଖି ବିଳମ୍ୱ ହେବ ହେଲେ 23 ତାରିଖ ଦିନ ଫଳାଫଳ ବାହାରିବାରେ ଅସୁବିଧା ହେବ ନାହିଁ କି ମାନବ ସମ୍ୱଳର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ଦର୍ଶାଇଥିଲେ।



from Odisha Reporter http://bit.ly/2XFwLVj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages