ବାଂଲାଦେଶ ପାଇଁ ଇତିହାସ ରଚିଲେ ସୌମ୍ୟ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ବାଂଲାଦେଶ ପାଇଁ ଇତିହାସ ରଚିଲେ ସୌମ୍ୟ ସରକାର

ଢାକା: ବାଂଲାଦେଶ କ୍ରିକେଟ୍‌ରେ ଯାହା କେବେ ହୋଇ ନଥିଲା ତାହା ବ୍ୟାଟସ୍‌ମ୍ୟାନ୍‌ ସୌମ୍ୟ ସରକାର କରି ଦେଖାଇଛନ୍ତି। ସେ ପ୍ରଥମ ବାଂଲାଦେଶ ବ୍ୟାଟସମ୍ୟାନ୍‌ ଭାବେ ଲିଷ୍ଟ-ଏ କ୍ରିକେଟ୍‌ରେ ଡବଲ୍‌ ସେଞ୍ଚୁରୀ ହାସଲ କରିଛନ୍ତି। ଢାକା ପ୍ରିମିଅର ଲିଗ୍‌ ଖେଳୁଥିବା ସୌମ୍ୟ ସରକାର ଶେଖ୍‌ ଜମାଲ ଧାନମୋଣ୍ଡି କ୍ଲବ ବିପକ୍ଷରେ ଅପରାଜିତ ୨୦୮ ରନ୍‌ର ଇନିଂସ୍‌ ଖେଳି ଏହି ରେକର୍ଡ ସୃଷ୍ଟି କରିଛନ୍ତି।

ସୌମ୍ୟ ସରକାରଙ୍କ ଏହି ରେକର୍ଡ ଡବଲ୍‌ ସେଞ୍ଚୁରୀ ଯୋଗୁ ତାଙ୍କ ଦଳ ଆବହାନି ଲିଃ ୩୧୮ ରନ୍‌ ଟାର୍ଗେଟକୁ ମାତ୍ର ଗୋଟିଏ ୱିକେଟ୍‌ ହରାଇ ହାସଲ କରିନେଇଛି। ୧୫୩ ବଲ୍‌ରେ ୨୦୮ ରନ୍‌ର ଇନିଂସ ଖେଳିଥିବା ସରକାର ୧୪ଟି ଚୌକା ଓ ୧୬ଟି ବିଶାଳ ଛକା ମାରିଛନ୍ତି। ସେ ପ୍ରଥମ ୱିକେଟ୍‌ ପାଇଁ ଜାହୁରାଲ ଇସଲାମଙ୍କ ସହ ମିଶି ୩୧୨ ରନ୍‌ର ଭାଗିଦାରୀ କରିଥିଲେ। ଏହି ବିଜୟ ଯୋଗୁ ଆବହାନି ଲିଃ ଢାକା ପ୍ରିମିଅର ଲିଗ୍‌ରେ ଚାମ୍ପିୟନ ହେବାର ଗୌରବ ମଧ୍ୟ ଅର୍ଜନ କରିଛି।



from Odisha Reporter http://bit.ly/2DvYGzw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages