
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ କ’ଣ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିବ? ଏଭଳି ଚର୍ଚ୍ଚାରେ ଆଜି ରାହୁଲ ଗାନ୍ଧି ଆହୁରି ରୋମାଞ୍ଚ ଭରି ଦେଇଛନ୍ତି। ଇଂରାଜୀ ଖବରକାଗଜ ‘ଦି ହିନ୍ଦୁ’କୁ ସାକ୍ଷାତକାର ଦେଇ ରାହୁଲ କହିଛନ୍ତି, “ଏ ପ୍ରସଙ୍ଗରେ ଏବେ ପରଦା ଉଠିବ ନାହିଁ। ମୁଁ ଆପଣଙ୍କୁ ସସ୍ପେନ୍ସରେ ରଖିବାକୁ ଚାହୁଁଛି। ସସ୍ପେନ୍ସ ସବୁବେଳେ ଖରାପ ହୋଇନଥାଏ। ମୁଁ ଏ ପ୍ରସଙ୍ଗରେ ଆପଣଙ୍କୁ ମନା କରିପାରୁ ନାହିଁ କିମ୍ବା ହଁ ମଧ୍ୟ କରିପାରୁ ନାହିଁ। ଆପଣ କେବଳ ଗେସ୍ କରନ୍ତୁ।”
ଗତମାସରେ ଏକ ସଭାରେ କଂଗ୍ରେସ କର୍ମୀମାନେ ପ୍ରିୟଙ୍କାଙ୍କୁ ରାଏବରେଲୀ ଆସନରୁ ଲଢ଼ିବାକୁ କହିଥିଲେ। ଏହାର ଜବାବରେ ପ୍ରିୟଙ୍କା ଓଲଟା ପ୍ରଶ୍ନ କରିଥିଲେ, କ’ଣ ପାଇଁ ମୁଁ ବାରାଣସୀରୁ ଲଢ଼ିବି ନାହିଁ। ଦଳ ଯେଉଁଠି କହିବ, ମୁଁ ସେଇଠି ଲଢ଼ିବି।” ପ୍ରିୟଙ୍କାଙ୍କ ଏଭଳି ବୟାନ ପରେ ସେ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ ଏ ପ୍ରସଙ୍ଗରେ ସହମତ ଥିବା କହିଥିଲେ। ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେଲେ କିଛି ଅସୁବିଧା ନାହିଁ ବୋଲି ସେ କହିଥିଲେ।
from Odisha Reporter http://bit.ly/2Zmqf7U
No comments:
Post a Comment