ଭାଇର ଚାପୁଡ଼ାରେ ଭଉଣୀର ମୃତ୍ୟୁ, ୫ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ଭାଇର ଚାପୁଡ଼ାରେ ଭଉଣୀର ମୃତ୍ୟୁ, ୫ ଗିରଫ

ନୂଆପଡ଼ା (ମାୟାଧର ସରାଫ): ଭାଇର ଚାପୁଡ଼ାରେ ଭଉଣୀର ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାରେ।  ଗାଁ ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ନଦୀ ପଠାରୁ ପାଉଁଶ ଓ ହାଡ଼ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି।

ପୂରା ଘଟଣାଟି ଏମିତି। ଗତ ୧୩ ତାରିଖରେ ଖଡ଼ିଆଳ ଥାନା ଅନ୍ତର୍ଗତ ନେହେନା ଗାଁରେ ଦୁର୍ବାରଞ୍ଜନ ଦଣ୍ଡସେନାଙ୍କ ଝିଅ ଅଙ୍କିତା (୧୪) ରାମନବମୀ ଉପଲକ୍ଷେ ହେଉଥିବା ନାମଯଜ୍ଞ ଦେଖିଯିବା ପାଇଁ ଭାଇ ମୁଚୁକୁନ୍ଦଙ୍କୁ କହିଥିଲେ। ମାତ୍ର ମୁଚୁକୁନ୍ଦ ରୋକଠୋକ ମନା କରି ଦେଇଥିଲେ। କିନ୍ତୁ ସେ ନାମଯଜ୍ଞ ଦେଖିବାକୁ ଯିବା ପାଇଁ ଜିଦ୍‌ ଧରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୁଚୁକୁନ୍ଦ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଫଳରେ ସେ ଚେତା ହରାଇ ପଡ଼ି ଯାଇଥିଲେ। ଅଙ୍କିତା ମରିଯାଇଥିବା ଭାବି ମୁଚୁକୁନ୍ଦ ତାଙ୍କୁ ଏକ ଘରେ ପୂରାଇ ରଖିଥିଲେ। ତା’ପରେ ଦିନ ସେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ।

ଘଟଣା ଲୋକଲୋଚନକୁ ଆସିଯିବା ଭୟରେ ପରିବାର ଲୋକେ ମୃତଦେହକୁ ନଦୀ ପଠାରେ ପୋଡ଼ି ଦେଇଥିଲେ। ଗାଁ ଲୋକେ ଅଙ୍କିତାଙ୍କ ମୃତ୍ୟୁ ସମ୍ପର୍କରେ ଟେର୍‌ ପାଇ ନ ଥିଲେ। ତେବେ ଗାଁରେ ତାଙ୍କୁ ଦେଖିବାକୁ ନପାଇ ଲୋକେ ତାଙ୍କ ପରିବାର ଉପରେ ସନ୍ଦେହ କରିଥିଲେ। ଗତକାଲି ଗଣେଶ ରାମ ବାଗ ନାମକ ଜଣେ ବ୍ୟକ୍ତି ଖଡ଼ିଆଳ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ୍‌ ଘଟଣାର ତଦନ୍ତ କରି ନଦୀ ପଠାରୁ ପାଉଁଶ ଓ ହାଡ ଜବତ କରିଛି। ଏହି ଘଟଣାରେ ପୁଲିସ୍ ଅଙ୍କିତାଙ୍କ ବାପା ଓ ଭାଇଙ୍କ ସହିତ  ନରେଶ, ବୋଧନକର ଓ ସୁରେଶ ଚନ୍ଦ୍ର ଦଣ୍ଡସେନାଙ୍କୁ ଗିରଫ କରିଛି।



from Odisha Reporter http://bit.ly/2XoL9Bj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages