
ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପରାଜୟ ଧାରା ଅବ୍ୟାହତ ରହିଛି। ଗତକାଲି ଦଳ କୋଲକାତା ବିପକ୍ଷରେ ୨୦୫ ରନ୍ର ବିଶାଳ ସ୍କୋର କରିଥିଲେ ହେଁ ବିରାଟ୍ ଆଣ୍ଡ କୋଙ୍କୁ ଏହି ମ୍ୟାଚ୍ ହାରିବାକୁ ପଡ଼ିଛି।
ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରିଥିବା ବେଙ୍ଗାଲୁରୁ କିନ୍ତୁ ବୋଲିଂରେ ସମସ୍ତଙ୍କୁ ନିରାଶ କରିଛି। ଏହି ପରାଜୟ ସହ ଦଳ ଏବେ ଟୁର୍ଣ୍ଣାମେଣ୍ଟରୁ ବିଦା ହେବାର ଆଶାଙ୍କା ସୃଷ୍ଟି ହୋଇଛି। କାରଣ ବିରାଟଙ୍କ ଆରସିବି କ୍ରମାଗତ ୫ଟି ମ୍ୟାଚ୍ ହାରିଛି। ତେବେ ଗତକାଲିର ପରାଜୟ ପରେ ବିରାଟ ବୋଲିଂ ବାହିନୀ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ମ୍ୟାଚ୍ ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବିରାଟ୍ କହିଛନ୍ତି, “ ଆମେ କେଉଁଠି ମ୍ୟାଚ୍ ହାତ ଛଡ଼ା କଲୁ, ତା’ହା ମୁଁ ଜାଣିପାରୁନାହିଁ। ଶେଷ ୪ ଓଭର୍ରେ ବୋଲରମାନେ ଯେଉଁଭଳି ବୋଲିଂ କଲେ, ତା’ହା ଆଦୌ ଗ୍ରହଣୀୟ ନୁହେଁ। ଆମକୁ ଅଧିକ ଚତୁର ହେବାକୁ ପଡ଼ିବ। ପ୍ରେସର ସମୟରେ କେମିତି ବୋଲିଂ କରିବାକୁ ହେବ, ସେକଥା ଆମକୁ ଶିଖିବାକୁ ପଡ଼ିବ।
ଆମେ ଶେଷ ଭାଗରେ ଆଦୌ ଭଲ ଖେଳ ପ୍ରଦର୍ଶନ କରୁନାହୁଁ। ପୂରା ସିଜିନ୍ରେ ଏହି ଧାରା ଜାରି ରହିଛି। ଯଦି ଆମେ ଶେଷ ଭାଗରେ ଭଲ ବୋଲିଂ ନ କରିବା, ତା’ହେଲେ ରସେଲଙ୍କ ଭଳି ପାୱର ହିଟରମାନେ ମ୍ୟାଚ୍ ଛଡ଼ାଇ ନେବା ନିଶ୍ଚିତ। ଯଦି ଆମେ ଶେଷ ୪ ଓଭର୍ରେ ୭୫ ରନ୍କୁ ଡିଫେଣ୍ଡ କରିବାର କ୍ଷମତା ରଖିନାହୁଁ, ତା’ହେଲେ ୧୦୦ ରନ୍ ଥିଲେ ମଧ୍ୟ ଆମେ ମ୍ୟାଚ୍ ଜିତି ପାରିବୁ ନାହୁଁ।
ଏବେ କେବଳ କେଉଁଠି ଭୁଲ ରହିଲା,ସେକଥା ବୁଝିବା ଦରକାର। ମୁଁ ୮୪ ରନ୍ କରିଥିଲି। କିନ୍ତୁ ମୁଁ ଯେଉଁ ସମୟରେ ଆଉଟ୍ ହେଲି, ତା’ହା ମୋତେ ଦୁଃଖିତ କରିଛି। କାରଣ ମୁଁ ଆଉ ୨୦/୨୫ ରନ୍ ସ୍କୋର ବୋର୍ଡରେ ଯୋଡ଼ି ପାରିଥାଆନ୍ତି। ”
from Odisha Reporter http://bit.ly/2uM6hVS
No comments:
Post a Comment