
କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡ଼ା-କାକଟପୁର ରାସ୍ତାର ପାଣିଛତ୍ର ନିକଟରୁ ଏକ କାର୍ରୁ ୧୮ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ପାଇଁ ଗଠିତ ଫ୍ଲାଇଂ ସ୍କ୍ୱାଡ୍ ଏହି ଟଙ୍କା ଜବତ କରିଛି। ଏହି କାର୍ଟି ଜଣେ ସରପଞ୍ଚଙ୍କର ବୋଲି ଜଣାପଡ଼ିଛି।
ଗତକାଲି ବିଳମ୍ବିତ ରାତିରେ ସରପଞ୍ଚ ଏହି କାର୍ରେ ଯାଉଥିବା ବେଳେ ପାଣିଛତ୍ର ନିକଟରେ ଫ୍ଲାଇଂ ସ୍କ୍ୱାଡ୍ ତାଙ୍କୁ ଅଟକାଇ ଥିଲା। ଯାଞ୍ଚ ବେଳେ କାରରୁ ଟଙ୍କା ଜବତ କରାଯାଇଥିଲା। ଏହି ଘଟଣାରେ ତାଙ୍କୁ ପଚରାଉଚରା ଚାଲିଥିବା ଜଣାପଡ଼ିଛି।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରି ଥିବାବେଳେ ଆହୁରି ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହି ସମୟରେ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଗାଡ଼ିରୁ ଟଙ୍କା ଜବତ ଘଟଣା କରାଯାଉଥିବା ସୂଚନା ଆସୁଛି।
from Odisha Reporter http://bit.ly/2GkV5WL
No comments:
Post a Comment