
ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପୁଣି ପାର୍ଥୀ ହୋଇଛନ୍ତି ସଞ୍ଜୟ ଦାସବର୍ମା। ଆଜି ସେ ବଧିବଦ୍ଧ ଭାବେ ପ୍ରଚାର ଆରମ୍ଭ କରିଛନ୍ତି। ତେବେ ବେଣ୍ଟପୁର ପଞ୍ଚାୟତ ବିଜିପୁର ଗାଁରେ ସେ ଶୋଭାଯାତ୍ରାରେ ଯାଉଥିବା ବେଳେ କିଛି ମହିଳା ତାଙ୍କୁ ବିରୋଧ କରିଥିଲେ। ସେମାନେ ସଂଜୟଙ୍କ ବାଟ ଓଗାଳିବା ସହିତ ଚିଟ୍ଫଣ୍ଡ ଟଙ୍କା କେବେ ଫେରି ପାଇବେ ବୋଲି ପ୍ରଶ୍ନ କରିଥିଲେ। ବିଜେଡି କର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ। ତେଣୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ମହିଳାମାନେ ଆହତ ହୋଇଥିବା ଜଣାପଡ଼ିଛି।
ତେବେ ଏନେଇ ବିଜେଡି କିମ୍ୱା ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନାରୁ ପ୍ରକାଶ, ୨୦୦୯ ଓ ୨୦୧୪ ନିର୍ବାଚନରେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ ସଞ୍ଜୟ ଦାସବର୍ମା। ସେ ତାଙ୍କର ନିକଟର ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କୁ ପରାସ୍ତ କରିଥିଲେ। ୨୦୧୪ ନିର୍ବାଚନରେ ସଞ୍ଜୟ ଦାସବର୍ମା ବହୁତ କମ୍ ଭୋଟ୍ ବ୍ୟବଧାନରେ ଜିତିଥିଲେ। ଲୁଲୁଙ୍କ ଦେହାନ୍ତ ପରେ ତାଙ୍କ ଭାଇ ତଥା ପୂର୍ବତନ କ୍ରିକେଟର ଲଳିତେନ୍ଦୁ ଚଳିତ ନିର୍ବାଚନରେ ମଇଦାନରେ ଅଛନ୍ତି। ତାଙ୍କ ସହ ଏଥର ସଞ୍ଜୟଙ୍କର ସିଧା ଲଢ଼େଇ ହେବ। ଆଜିର ଘଟଣା ପରେ ସଞ୍ଜୟଙ୍କ ହ୍ୟାଟ୍ରିକ୍ ବିଜୟ ଆଶା ସହଜ ହେବନାହିଁ ବୋଲି କୁହାଯାଉଛି।
from Odisha Reporter http://bit.ly/2ItVl7n
No comments:
Post a Comment