
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାର ଆସ୍କା ଲୋକସଭା ଆସନ ଅନ୍ତର୍ଗତ ହିଞ୍ଜିଳିକାଟୁରେ ଏବେ ଜୋର୍ସୋର୍ରେ ଉଡ଼ୁଛି କମ୍ୟୁନିଷ୍ଟ୍ ପାର୍ଟି(ସିପିଆଇ)ର ପତାକା। ଏଠାରେ ସିପିଆଇ ପକ୍ଷରୁ ସ୍ଥାନୀୟ ଲୋକପ୍ରିୟ ନେତା ରାମକୃଷ୍ଣ ପଣ୍ଡା ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ଏବେ ସେ ସେଠାରେ ବ୍ୟାପକ ମାତ୍ରାରେ ପ୍ରଚାର ଚଲାଇଛନ୍ତି।
ଗାଁ ଗାଁ ବୁଲି ସବୁ ଶ୍ରେଣୀର ଲୋକଙ୍କୁ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝୁଛନ୍ତି। ଏହି ଧାରାରେ ସେ ଆଜି ସେଠାକାର କବିସୂର୍ଯ୍ୟନଗର ଏବଂ ହିଞ୍ଜିଳିର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଗ୍ରାମ ବୁଲିବା ସହିତ ବାଇକ୍ ରାଲି, ପଦଯାତ୍ରା ଓ ସାଧାରଣ ସଭା ମଧ୍ୟ କରିଛନ୍ତି।

ଏଥିରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ମହିଳା ସ୍ୱତଃପ୍ରବୃତ୍ତ ଭାବେ ଯୋଗଦାନ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ବିଶାଳ ସଭାରେ ସିପିଆଇର ଜାତୀୟ ସମ୍ପାଦକ ଅମରଜିତ କୌର, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୌରୀବନ୍ଧୁ କର, ଦଳର କାର୍ଯ୍ୟକାରୀ କମିଟି ସଭ୍ୟ ମହେଶ୍ୱର ରାଉତ, ମହିଳା କମିଟି ସାମ୍ପାଦକ ପ୍ରଭାବତୀ ଦାସ, ସମ୍ପାଦକ ମଣ୍ଡଳୀ ସଭ୍ୟ ଚିନ୍ମୟୀ ସାହାଣୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ଦଳର କହିବା ଅନୁସାରେ ସ୍ଥାନୀୟ ଅଞ୍ଚଳରେ ମହିଳାମାନେ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେଣୁ ସେମାନଙ୍କ ବିକାଶ ନିମନ୍ତେ ଯେଉଁ ନେତା କାମ କରିବେ, ସେଭଳି ନେତାଙ୍କୁ ବାଛିବା ପାଇଁ ସଚେତନ ହେଉଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ହକ୍ ପାଇଁ ଲଢ଼େଇ କରି ସେମାନଙ୍କୁ ଉନ୍ନତି ପଥର ଯାତ୍ରୀ ହେବାରେ ସହାୟ ହେବା ସକାଶେ ସିପିଆଇ ପ୍ରତିଶ୍ରୁତିବଦ୍ଧ ବୋଲି ଦଳ ପକ୍ଷରୁ କୁହାଯାଇଛି।
from Odisha Reporter http://bit.ly/2GlAi5z
No comments:
Post a Comment