ଭୁବନେଶ୍ୱରରେ ଭାରତ-ରୁଷ ହକି ଟକ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ଭୁବନେଶ୍ୱରରେ ଭାରତ-ରୁଷ ହକି ଟକ୍କର

ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ ୬ରୁ ୧୫ ଯାଏ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସିରିଜ୍‌ ଫାଇନାଲ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ଅପେକ୍ଷାକୃତ ଦୁର୍ବଳ ରୁଷ ମୁହାଁମୁହିଁ ହେବେ। ଏହାକୁ ଅଲିମ୍ପିକ ଯୋଗ୍ୟତା ଇଭେଣ୍ଟ ଭାବେ ମଧ୍ୟ ବିବେଚନା କରାଯାଉଛି। ଭାରତ ଏବେ ବିଶ୍ୱ ହକି ରାଙ୍କର ୫ମ ସ୍ଥାନରେ ଥିବା ବେଳେ ରୁଷ ୨୨ତମ ସ୍ଥାନରେ ରହିଛି। ଏହି ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍‌ର ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ଓ ଆମେରିକା ଏବଂ ପୋଲାଣ୍ଡ ଓ ଉଜବେକିସ୍ତାନ ମଧ୍ୟରେ ଲଢ଼େଇ ହେବ।

ଏହି ଇଭେଣ୍ଟର ‘ପୁଲ-ଏ’ରେ ଭାରତ ରହିଛି। ଭାରତ ବ୍ୟତୀତ ଏହି ପୁଲ୍‌ରେ ପୋଲାଣ୍ଡ, ରୁଷ ଓ ଉଜବେକିସ୍ତାନ ରହିଛନ୍ତି। ‘ପୁଲ-ବି’ରେ ଦକ୍ଷିଣ ଆଫ୍ରିକା, ଏସିଆନ ଗେମ୍ସ ସ୍ୱର୍ଣ୍ଣ ବିଜେତା ଜାପାନ, ଆମେରିକା ଓ ମେକ୍ସିକୋ ରହିଛନ୍ତି।

ରୁଷକୁ ଭେଟିବା ପରେ ଭାରତ ୭ ତାରିଖରେ ପୋଲାଣ୍ଡ, ୧୦ ତାରିଖରେ ଉଜବେକିସ୍ତାନକୁ ଭେଟିବ। ଜୁନ୍‌ ୧୫ ତାରିଖରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ନୂଆ ହକି କୋଚ ଗ୍ରାହାମ ରେଇଡିଙ୍କ ଅଧୀନରେ ଖେଳିବ।

ଅନ୍ୟପକ୍ଷରେ ଭାରତୀୟ ମହିଳା ହକି ଦଳ ଜୁନ୍‌ ୧୫ରୁ ୨୩ ପର୍ଯ୍ୟନ୍ତ ଜାପାନର ହିରୋଶିମାରେ ଆରମ୍ଭ ହେବାକୁ ଥିବା ଏଫ୍‌ଆଇଏଚ୍‌ ଫାଇନାଲ୍‌ ସିରିଜ୍‌ରେ ଭାଗ ନେବ। ଭାରତୀୟ ମହିଳା ଦଳ ପୁଲ ଏ’ରେ ସ୍ଥାନ ପାଇଛି।

ଭାରତ ବ୍ୟତୀତ ପୋଲାଣ୍ଡ, ଫିଜି ଓ ଉରୁଗୁଏ ଏଥିରେ ରହିଛନ୍ତି। ସେହିପରି ପୁଲ ବି’ରେ ଜାପାନ, ଚାଇନା, ରୁଷ ଓ ମେକ୍ସିକୋ ରହିଛନ୍ତି। ଜୁନ୍‌ ୧୫ରେ ଭାରତୀୟ ମହିଳା ଦଳ ଉରୁଗୁଏ ସହ ପ୍ରଥମ ମ୍ୟାଚ୍‌ ଖେଳିବ। ପରେ ଦଳ ଜୁନ୍‌ ୧୬ରେ ପୋଲାଣ୍ଡ ଓ ଜୁନ୍‌ ୧୭ରେ ଫିଜିକୁ ଭେଟିବ। ୨୦୨୦ ଟୋକିଓ ଅଲିମ୍ପିକ ଯୋଗ୍ୟତା ପାଇବା ଲକ୍ଷ୍ୟରେ ଭାରତୀୟ ମହିଳା ଓ ପୁରୁଷ ଦଳ ମ୍ୟାଚ୍‌ ଖେଳିବେ।



from Odisha Reporter http://bit.ly/2XIXZKK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages