
ମୁମ୍ବାଇ: ସାଧାରଣତଃ କାଇରନ୍ ପୋଲାର୍ଡ ନିଜର ବ୍ୟାଟିଂ ପାଇଁ ପରିଚିତ, କିନ୍ତୁ ତାଙ୍କର ଫିଲ୍ଡିଂ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାଏ। ବୁଧବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ପୋଲାର୍ଡ ଏକ ଚମତ୍କାର କ୍ୟାଚ୍ ଧରିଥିଲେ, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଚେନ୍ନାଇ ଇନିଂସର ପଞ୍ଚମ ଓଭରର ଶେଷ ବଲରେ ସୁରେଶ ରାଇନା ବ୍ୟାଟିଂ କରୁଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବୋଲର ଜେସନ୍ ବେହରେନଡର୍ଫଙ୍କ ବାହାରେ ଯାଉଥିବା ବଲକୁ ରାଇନା ଅଫସାଇଡକୁ ମାରିଥିଲେ। ଏହି ସମୟରେ ଡିପ୍ କଭରରେ ଫିଲ୍ଡିଂ କରୁଥିବା
ପୋଲାର୍ଡ ବାଉଣ୍ଡ୍ରୀରେ ଗୋଟିଏ ହାତରେ କ୍ୟାଚ୍ ନେଇ ରାଇନାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ତେବେ ରାଇନା ଯେଉଁ ଦମରେ ଏହି ଶଟଟି ମାରିଥିଲେ, ଲାଗୁଥିଲା ଏହା ଛକା ହୋଇଯିବ, କିନ୍ତୁ ଲମ୍ବା ଉଚ୍ଚତା ବିଶିଷ୍ଟ ପୋଲାର୍ଡ ଚମତ୍କାର ଢଙ୍ଗରେ ବଲକୁ କ୍ୟାଚ୍ କରି ସେଠାରେ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ଚକିତ କରିଦେଇଥିଲେ।
ରାଇନା ଏହି ମ୍ୟାଚରେ ମାତ୍ର ୧୬ ରନ୍ କରି ଆଉଟ୍ ହୋଇଥିଲେ। ସୂଚନାଯୋଗ୍ୟ, ବୁଧବାର ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୩୭ ରନ୍ରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଥିଲା।
ଦେଖନ୍ତୁ ଭିଡିଓ
One Handed Catch For Kieron Pollard !!!#MIvCSK #IPL2019 #CricketMeriJaan #OneFamily #Yellove #WhistlePodu
.
.
.
.
.
Video By Hotstar pic.twitter.com/TvQfBVXTTc— Fan Of Cricket (@FanOfCricket07) April 3, 2019
from Odisha Reporter https://ift.tt/2UkPetr
No comments:
Post a Comment