ଗମ୍ଭୀର ଦିଲ୍ଲୀର ସବୁଠାରୁ ଧନୀ ସାଂସଦ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ଗମ୍ଭୀର ଦିଲ୍ଲୀର ସବୁଠାରୁ ଧନୀ ସାଂସଦ ପ୍ରାର୍ଥୀ

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ଓ ପରେ ବିଜେପିରୁ ଟିକେଟ୍‌ ପାଇଥିବା ଗୌତମ ଗମ୍ଭୀର ଦିଲ୍ଲୀର ସବୁଠାରୁ ଧନୀ ସାଂସଦ ପ୍ରାର୍ଥୀ। ତାଙ୍କ ସମ୍ପତ୍ତିରୁ ମୂଲ୍ୟ ୧୪୭ କୋଟି। ଦିଲ୍ଲୀର ୭ଟି ଆସନ ପାଇଁ ମୋଟ ୩୪୯ ଜଣ ପ୍ରାର୍ଥୀ ରହିଛନ୍ତି।

ତେବେ ସମସ୍ତ ପ୍ରାର୍ଥୀଙ୍କ ତୁଳନାରେ ଗମ୍ଭୀରଙ୍କ ସମ୍ପତ୍ତିର ମୂଲ୍ୟ ସବୁଠାରୁ ଅଧିକ। ଗମ୍ଭୀରଙ୍କୁ ବିଜେପି ପୂର୍ବ ଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଛି। ଗମ୍ଭୀର ସତ୍ୟପାଠ ଜରିଆରେ ୨୦୧୭-୧୮ରେ ଦାଖଲ କରିଥିବା ଟିକସ୍‌ ଦସ୍ତାବିଜ ଅନୁସାରେ ତାଙ୍କ ବାର୍ଷିକ ଆୟ ୧୨.୪୦ କୋଟି। ସେହିପରି ତାଙ୍କ ପତ୍ନୀ ନତାଶା ଗମ୍ଭୀରଙ୍କ ଆୟ ୬.୧୫ ଲକ୍ଷ। ଗମ୍ଭୀରଙ୍କ ପାଖରେ ୫ଟି ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ରହିଛି।

ଅନ୍ୟପକ୍ଷରେ କଂଗ୍ରେସ ଟିକେଟ୍‌ରୁ ପଶ୍ଚିମ ଦିଲ୍ଲୀରୁ ଲଢ଼ୁଥିବା ମହାବଲ ମିଶ୍ରା ଦିଲ୍ଲୀର ଦ୍ୱିତୀୟ ଧନୀ ସାଂସଦ ପ୍ରାର୍ଥୀ। ତାଙ୍କ ସମ୍ପତ୍ତିର ମୂଲ୍ୟ ୪୫ କୋଟି। ଗତ ୫ ବର୍ଷରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧୨ କୋଟି ବୃଦ୍ଧି ପାଇଛି। ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଶ୍ରୀ ମିଶ୍ରା ସବୁଠାରୁ ଅଧିକ ପାଠ ପଢ଼ିଛନ୍ତି।

କଂଗ୍ରେସ ଟିକେଟ୍‌ରୁ ଲଢ଼ୁଥିବା ବକ୍ସର ବିଜେନ୍ଦର ସିଂହଙ୍କ ସମ୍ପତ୍ତିର ମୂଲ୍ୟ ୧୨.୧୪ କୋଟି। ୨୦୦୮ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ଜିତିଥିବା ବିଜେନ୍ଦରଙ୍କୁ କଂଗ୍ରେସ ଦକ୍ଷିଣ ଦିଲ୍ଲୀରୁ ପ୍ରାର୍ଥୀ କରିଛି।

ଦିଲ୍ଲୀର ସମସ୍ତ ୭ଟି ଆସନ ପାଇଁ ଆସନ୍ତା ମେ’ ୧୨ରେ ଭୋଟ୍‌ ହେବ।



from Odisha Reporter http://bit.ly/2UV0gpq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages