
ବେଙ୍ଗାଲୁରୁ: ଆଇପିଏଲ୍ ୨୦୧୯ର ଏକ ମ୍ୟାଚ୍ରେ କିଙ୍ଗସ ଏକାଦଶ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍ରେ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ପ୍ରଥମେ ବ୍ୟାଟିଂ କରିବ।
ପଞ୍ଜାବ ଗତ ମ୍ୟାଚ୍ରେ ଦିଲ୍ଲୀଠାରୁ ପରାସ୍ତ ହୋଇଥିବା ବେଳେ ଆରସିବି ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗସ୍କୁ ୧ ରନ୍ରେ ପରାସ୍ତ କରିଛି। ବେଙ୍ଗାଲୁରୁ ଚଳିତ ସଜିନ୍ରେ ମାତ୍ର ୩ଟି ମ୍ୟାଚ୍ ଜିତିଛି। ଏହି ମ୍ୟାଚ୍ଟି ଜିତିବା ଦଳ ପାଇଁ ନିହାତି ଜରୁରୀ। ଆଜି ଆରସିବି ଆହତ ସମସ୍ୟା ଯୋଗୁ ଡେଲ୍ ଷ୍ଟେନ୍ଙ୍କୁ ବିଶ୍ରାମ ଦେଇଛି। ତାଙ୍କ ବଦଳରେ ଟିମ୍ ସାଉଦିଙ୍କୁ ସୁଯୋଗ ମିଳିଛି।
ସେହିପରି ପବନ ନେଗିଙ୍କ ବଦଳରେ ୱାଶିଂଟନ୍ ସୁନ୍ଦରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦିଆଯାଇଛି। ଅନ୍ୟପକ୍ଷରେ ପଞ୍ଜାବ ସାମ କରାନ୍ଙ୍କ ବଦଳରେ ନିକୋଲାସ୍ ପୋରାମ ଓ ହରପ୍ରୀତ ବ୍ରାରଙ୍କ ବଦଳରେ ଅଙ୍କିତ ରାଜପୁତଙ୍କୁ ସୁଯୋଗ ମିଳିଛି।
from Odisha Reporter http://bit.ly/2GEhjmT
No comments:
Post a Comment