
ବିଶ୍ୱନାଥ(ଆସାମ): ପୁଣିଥରେ ଗୋ-ମାଂସ ବିକ୍ରି କରୁଥିବା ଅଭିଯୋଗରେ ତଥାକଥିତ ଦେଶଭକ୍ତଙ୍କ ଗୁଣ୍ଡାଗିରି ସାମ୍ନାକୁ ଆସିଛି। ଆସାମର ବିଶ୍ୱନାଥ ଠାରେ ଜଣେ ୬୮ ବର୍ଷୀୟ ବୃଦ୍ଧାଙ୍କୁ କିଛି ଲୋକ ଗୋ-ମାଂସ ବିକ୍ରି କରୁଥିବା ଅଭିଯୋଗରେ ଠେଲା ପେଲା କରିବା ସହ ତାଙ୍କୁ ନିର୍ଯାତନା ଦେଇଛନ୍ତି। ଏ ଘଟଣାରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଯେଉଁଥିରେ ବୃଦ୍ଧା ଜଣଙ୍କ ଆଣ୍ଠେଇବା ସହ ତାଙ୍କୁ ଛାଡ଼ି ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳୁଛି। ଭାଇରାଲ ହୋଇଥିବା ଭିଡିଓ ଆଧାରରେ ପୁଲିସ୍ ୫ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂତ୍ର ଅନୁସାରେ କିଛି ଲୋକ ପ୍ରଥମେ ୬୮ ବର୍ଷୀୟ ସୌକତ ଅଲୀଙ୍କୁ ରାସ୍ତାରେ ଅଟକାଇଥିଲେ। ଏହାପରେ ସେ ଗୋ-ମାଂସ ବିକ୍ରି କରୁଥିବା ଅଭିଯୋଗ କରି ତାଙ୍କୁ ମାଡ଼ ମାରିଥିଲେ।
ଲୋକମାନେ ସୌକତଙ୍କୁ ଗୋ-ମାଂସ ବିକ୍ରି କରିବାର ଲାଇସେନ୍ସ କେଉଁଠୁ ପାଇଲ ଏବଂ ତୁମେ ବାଂଲାଦେଶର ନାଗରିକ ବୋଲି କହି ଅପମାନିତ କରିଥିଲେ। ଏଥିସହ ସୌକତଙ୍କ ନାଁ ଏନ୍ଆରସି ଲିଷ୍ଟରେ ଅଛି କି ନା ବୋଲି ପ୍ରଶ୍ନ କରି ମାଡ଼ ମାରିଥିଲେ। ସୌକତଙ୍କ ଭାଇ ଏନେଇ ପୁଲିସ୍ ନିକଟରେ ଏଫ୍ଆଇଆର ଦେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସୌକତ ଏବେ ନିକଟସ୍ଥ ସରକାରୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
from Odisha Reporter http://bit.ly/2WRKjN2
No comments:
Post a Comment