
ମୋହାଲି: କିଙ୍ଗସ ଇଲେଭେନ୍ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ୱିନ୍ ଯେତେବେଳେ ଆଇପିଏଲ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦଳର ଜୋଶ ବଟଲରଙ୍କୁ ମାଙ୍କଡ୍ ଆଉଟ୍ କରିଥିଲେ, ତାହା ବେଶ୍ ଚର୍ଚ୍ଚିତ ହୋଇଥିଲା।
ବୋଧହୁଏ ଏହି ଘଟଣା ସନରାଇଜର୍ସ ହାଇଦ୍ରାବାଦ ଓପ୍ନର ଡେଭିଡ୍ ୱାର୍ଣ୍ଣରଙ୍କୁ ଭଲଭାବେ ମନେଥିବ ଏବଂ ଏହି କାରଣରୁ ସେ ସୋମବାର ପଞ୍ଜାବ ବିପକ୍ଷ ମ୍ୟାଚରେ ଏଭଳି ଆଉଟରୁ ବର୍ତ୍ତିବା ପାଇଁ ପ୍ରୟାସ କରିଥିଲେ।
ମୋହାଲିରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମ୍ୟାଚର ଏକ ଭିଡିଓ ଟୁର୍ଣ୍ଣାମେଣ୍ଟର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓରେ ଯେତେବେଳେ ଅଶ୍ୱିନ୍ ବୋଲିଂ କରୁଥିଲେ, ସେହି ସମୟରେ ନନଷ୍ଟ୍ରାଇକର ଏଣ୍ଡରେ ଛିଡ଼ା ହୋଇଥିବା ୱାର୍ଣ୍ଣର ପଛକୁ ଚାହିଁ ନିଜ ବ୍ୟାଟକୁ ସେଫ୍ ଜୋନ୍ (କ୍ରିଜ୍ ଭିତରେ) ରଖୁଥିବାର ଦେଖିବାକୁ ମିଳିଛି।
ଏହି ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ମିଳିଛି। ସୂଚନାଯୋଗ୍ୟ, ଅଶ୍ୱିନ୍ ଏହା ପୂର୍ବରୁ ବଟଲରଙ୍କୁ ବିନା ଚେତାବନୀରେ ମାଙ୍କଡ୍ ଆଉଟ୍ କରିଥିଲେ। ଏହା ପରେ ସୋଶାଲ ମିଡିଆରେ ଅଶ୍ୱିନଙ୍କୁ କେହି ସମାଲୋଚନା କରିଥିବା ବେଳେ କିଛି ସମର୍ଥନ ମଧ୍ୟ କରିଥିଲେ।
ଦେଖନ୍ତୁ ଭିଡିଓ
WATCH: No, Warner doesn't want to get 'Mankaded'
Full video
https://t.co/feeK6QM0Nt #KXIPvSRH
— IndianPremierLeague (@IPL) April 8, 2019
from Odisha Reporter http://bit.ly/2I9zkeA

No comments:
Post a Comment