ପୁଣି ହାରିଲା କେକେଆର, ସିଏସକେର ସପ୍ତମ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ପୁଣି ହାରିଲା କେକେଆର, ସିଏସକେର ସପ୍ତମ ବିଜୟ

କୋଲକାତା: ଇମ୍ରାନ୍ ତାହିରଙ୍କ ଘାତକ ବୋଲିଂ ସାଙ୍ଗକୁ ସୁରେଶ ରାଇନା ଓ ରବୀନ୍ଦ୍ର ଜାଡେଜାଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗସ୍ ଏଠାରେ ଅନୁଷ୍ଠିତ ଆଇପିଏଲର ୨୯ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୫ ୱିକେଟରେ ପରାସ୍ତ କରିଛି।

ଚଳିତ ସଂସ୍କରଣରେ ସପ୍ତମ ବିଜୟ ସହ ସିଏସକେ ପୂର୍ବଭଳି ଶୀର୍ଷ ସ୍ଥାନରେ ମଜଭୁତ୍ ରହିଛି। ରବିବାର ଖେଳାଯ।ଇଥିବା ଏହି ମ୍ୟାଚରେ କେକେଆର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୧ ରନ୍ କରିଥିଲା।

କେକେଆର୍ ପକ୍ଷରୁ କ୍ରିସ୍ ଲିନ୍ ୫୧ ବଲରେ ୭ ଚୌକା ଓ ୬ ଛକା ସହ ସର୍ବାଧିକ ୮୨ ରନ୍ କରିଥିଲେ। ଜବାବରେ ସିଏସକେ ୧୯.୪ ଓଭରରେ ୫ ୱିକେଟ୍ ହରାଇ ୧୬୨ ରନ୍ କରି ବିଜୟୀ ହୋଇଛି। ସିଏସକେ ପକ୍ଷରୁ ରାଇନା ୫୮ (୪୨ ବଲ, ୭ ଚୌକା, ୧ ଛକା) ଓ ଜାଡେଜା ୩୧ (୧୭ ବଲ, ୫ ଚୌକା) ରନ୍ କରିଛନ୍ତି।

୧୬୨ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ସିଏସକେକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦଳର ଓପ୍ନର ଶେନ୍ ୱାଟସନ୍ (୬) ଓ ଫାଫ୍ ଡୁପ୍ଲେସିସ୍ (୨୪) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମଧ୍ୟକ୍ରମରେ ଅମ୍ବାତି ରାୟୁଡୁ (୫), କେଦାର ଯାଦବ (୨୦) ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୧୬) ନିରାଶ କରିଥିଲେ।

ସିଏସକେ ୧୨୧ ରନରେ ୫ ୱିକେଟ୍ ହରାଇ ବିପଦରେ ପଡ଼ିଥିବା ବେଳେ ରାଇନା ଓ ଜାଡେଜା ଅପରାଜିତ ୪୧ ରନର ପାର୍ଟନରଶିପ୍ କରି ଦଳକୁ ବିଜୟୀ କରାଇଥିଲେ। କେକେଆର ପକ୍ଷରୁ ସୁନୀଲ ନରିନ୍ ଓ ପୀୟୂଷ ଚାୱଲା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ସିଏସକେ ଅଧିନାୟକ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା କେକେଆର ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଓପ୍ନର ନରିନ୍ ମାତ୍ର ୨ ରନ୍ କରି ମିଚେଲ୍ ସାଣ୍ଟନରଙ୍କ ଶିକାର ହୋଇଥିଲେ।

ଅନ୍ୟତମ ଓପ୍ନର ଲିନ୍ ଦମଦାର ବ୍ୟାଟିଂ ଜାରି ରଖି ୩୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ଲଗାତାର ଚେନ୍ନାଇ ବୋଲରଙ୍କୁ ଆକ୍ରମଣ କରିଥିବା ବେଳେ ତାଙ୍କୁ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସହଯୋଗ କରିନଥିଲେ। ମଧ୍ୟକ୍ରମରେ ସିଏସକେ ସ୍ପିନର ତାହିର୍ କେକେଆର ବ୍ୟାଟିଂଲାଇନକୁ ଭାଙ୍ଗିବାରେ ମୁଖ୍ୟ ଭୂମିକା ବହନ କରିଥିଲେ।

କେକେଆର ପକ୍ଷରୁ ନୀତୀଶ ରାଣା (୨୧), ରବିନ୍ ଉଥାପ୍ପା (୦), ଅଧିନାୟକ ଦିନେଶ କାର୍ତ୍ତିକ (୧୮) ଫେଲ୍ ମାରିଥିଲେ। ଦଳର ସ୍କୋର ୧୨୨ ଥିବା ବେଳେ ଲିନଙ୍କୁ ତାହିର୍ ପ୍ୟାଭିଲିୟନ୍ ପଠାଇଥିଲେ। ଇନଫର୍ମ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ସିଜନରେ ପ୍ରଥମଥର ବିଫଳ ହୋଇଥିଲେ। ସେ ୧୦ ରନ୍ କରିଥିବା ବେଳେ ତାହିରଙ୍କ ବଲରେ ବଦଳ ଖେଳାଳି ଧ୍ରୁବ ସୋରେଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ।

ରସେଲଙ୍କ ଆଉଟ୍ ପରେ କେକେଆରର ରନ୍ ଗତି ହ୍ରାସ ପାଇଥିଲା। ଶେଷଭାଗରେ ଶୁବମାନ୍ ଗିଲ୍ ୧୫ ଓ ପୀୟୂଷ ଚାୱଲା ଅପରାଜିତ ୪ ରନ୍ କରିଥିଲେ। ସିଏସକେ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୨ଟି ଓ ସାଣ୍ଟନର ଗୋଟିଏ ୱିକେଟ୍ ନେଇଥିଲେ।



from Odisha Reporter http://bit.ly/2V0pF03

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages