
ସାଙ୍ଘାଇ: ମର୍ସିଡିଜ୍ ଟିମର ବ୍ରିଟିଶ ଡ୍ରାଇଭର୍ ଲୁଇସ୍ ହାମିଲଟନ୍ ରବିବାର ସାଙ୍ଘାଇ ଇଣ୍ଟରନ୍ୟାସନାଲ୍ ସର୍କିଟରେ ଆୟୋଜିତ ଚାଇନିଜ୍ ଗ୍ରାଁ ପ୍ରି ରେସ୍ ଜିତି ଇତିହାସ ରଚିଛନ୍ତି। ଫର୍ମୁଲ-ୱାନ୍ ୱାର୍ଲ୍ଡ ଚାମ୍ପିଅନଶିପ ଇତିହାସରେ ହାମିଲଟନଙ୍କ ଏହା ୧୦୦୦ତମ ବିଜୟ।
ଗ୍ରିଡରେ ଦ୍ୱିତୀୟ ସ୍ଥାନରେ ରହିଥିବା ହାମିଲଟନ୍ ନିଜ ଟିମର ଭାଲଟେରୀ ବୋଟାସଙ୍କୁ ୬.୫ ସେକେଣ୍ଡ ବ୍ୟବଧାନରେ ପଛରେ ପକାଇ ରେସକୁ ନିଜ ନାମରେ କରିଛନ୍ତି। ଏହି ବିଜୟ ସହ ସେ ବିଶ୍ୱ ଚାମ୍ପିଅନଶିପ ତାଲିକାରେ ଅଗ୍ରଣୀ ହାସଲ କରିଛନ୍ତି। ଫେରାରିର ସେବାସ୍ତିଆନ୍ ଭେଟେଲ୍ ତୃତୀୟ ଓ ରେଡ୍ ବୁଲର ମ୍ୟାକ୍ସ ଭର୍ସ୍ତାପ୍ପେନ୍ ଚତୁର୍ଥ ସ୍ଥାନରେ ରହିଥିଲେ।
ବିଶ୍ୱ ଚାମ୍ପିଅନଶିପରେ ହାମିଲଟନ୍ ଲଗାତାର ଦ୍ୱିତୀୟଥର ଚାଇନିଜ୍ ଗ୍ରାଁ ପ୍ରି’ରେ ବିଜୟ ହାସଲ କରିଛନ୍ତି। ସେ ଏଠାରେ ୬ଥର ରେସ୍ ଜିତିଛନ୍ତି। ୧୦୦୦ତମ ବିଜୟ ପରେ ହାମିଲଟନ୍ କହିଥିଲେ, ଆରମ୍ଭରୁ ମୁଁ ଲୟ ହରାଇ ବସିଥିଲି। କିନ୍ତୁ ପରେ ମୁଁ ଟ୍ରାକକୁ ଫେରି ପାଇଥିଲି। ୧୦୦ତମ ଗ୍ରାଁ ପ୍ରି ବିଜୟ ବହୁତ ଖାସ। ଏହି ବିଜୟ ମୋତେ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ହାମିଲଟନ୍ କହିଥିଲେ।
from Odisha Reporter http://bit.ly/2VJWLOX
No comments:
Post a Comment