ନିର୍ବାଚନ ପାଇଁ ରାଜ୍ୟରେ ୫୫ହଜାର ବ୍ୟକ୍ତି ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ନିର୍ବାଚନ ପାଇଁ ରାଜ୍ୟରେ ୫୫ହଜାର ବ୍ୟକ୍ତି ଅଟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା ନିମନ୍ତେ ଆଜି ସୁଦ୍ଧା ରାଜ୍ୟରେ ମୋଟ ୫୪ହଜାର ୯୨୧ଜଣ ବ୍ୟକ୍ତିଙ୍କୁ ଆଇପିସିର ୧୦୭ ଓ ୧୧୬ ଧାରାରେ ଅଟକ ରଖାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩,୩୪୩ଟି ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ହୋଇଛି।

ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଓ ପୁଲିସ୍ ଦ୍ୱାରା ଏଯାଏ ମୋଟ ୨କୋଟି ୯୭ଲକ୍ଷ ୨୫୦ଟଙ୍କା ନଗଦ ଆକାରରେ ଜବତ ହୋଇଛି। ସେହିପରି ୩.୫୨କୋଟି ଟଙ୍କା ମୂଲ୍ୟର ମଦ ଜବତ କରାଯାଇଛି। ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷକୁ ଟେଲିଫୋନ୍ ମାଧ୍ୟମରେ ମୋଟ ୮୩୫ଟି ଅଭିଯୋଗ ଆସିଛି। ସେହିପରି ସି-ଭିଜିଲ୍ ଆପ୍ ମାଧ୍ୟମରେ ଆଜି ସୁଦ୍ଧା ୧୨୯୩ଟି ଅଭିଯୋଗ ମିଳିଥିବାବେଳେ ୧୨୨୬ଟି ଅଭିଯୋଗର ସମାଧାନ ହୋଇପାରିଛି।



from Odisha Reporter http://bit.ly/2KFTmQ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages