
ମୁମ୍ୱାଇ: ବହୁ ପ୍ରତିକ୍ଷିତ ଓ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ନୂଆ ଗୀତ ‘ ସ୍ଲୋ ମୋଶନ୍’ ରିଲିଜ ହୋଇସାରିଛି। ଏହି ଗୀତରେ ସଲ୍ମାନ୍ଙ୍କ ସହ ଦିଶା ପଟାନୀ ତାଳ ଦେଇ ନାଚିବାର ଦେଖାଯାଉଛନ୍ତି। ଦିଶା ପ୍ରଥମ ଥର ପାଇଁ ସଲ୍ମାନ୍ଙ୍କ ସହ ଏହି ଫିଲ୍ମରେ କାମ କରୁଛନ୍ତି। ଏଥିରେ ସେ ଏକ ହାଲକା ଶାଢି ପିନ୍ଧି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି।
ଏହି ଦୁହିଁଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିବା ବେଳେ ଗୀତକୁ ଜବରଦସ୍ତ ରେସପନ୍ସ ମିଳିଛି। ସଲ୍ମାନ୍ ବି ନିଜ ଅନ୍ଦାଜରେ ଖୁବ୍ ଭଲ ଡ୍ୟାନ୍ସ କରିଛନ୍ତି। ‘ଭାରତ’ ଫିଲ୍ମର ଟିଜରକୁ ବି ଫ୍ୟାନ୍ସ ଖୁବ୍ ପସନ୍ଦ କରିଛନ୍ତି। ଗୀତଟି ରିଲିଜ ହେବା ମାତ୍ରେ ଏହା ଭାଇରାଲ ହୋଇଯାଇଛି।
ସଲମାନଙ୍କ ଫିଲ୍ମ ‘ଭାରତ’ ର ଟ୍ରେଲର ଏପ୍ରିଲ ୨୨ରେ ରିଲିଜ ହୋଇଥିଲା। ଏହା ଏକ ବ୍ୟକ୍ତି ଓ ଏକ ରାଷ୍ଟ୍ରର କାହାଣୀ। ସଲମାନ ଏହି ଫିଲ୍ମରେ ଭିନ୍ନ ଭିନ୍ନ ଲୁକ୍ରେ ନଜର ଆସିବେ। ତାଙ୍କ ସହ ସ୍କ୍ରିନ୍ ଶେଆର କରିବେ କ୍ୟାଟ୍ରିନା କେଫ ଓ ଦିଶା ପଟାନୀ। ସେମାନେ ମଧ୍ୟ ଅଲଗା ଅନ୍ଦାଜରେ ଏହି ଫିଲ୍ମରେ ନଜର ଆସିଛନ୍ତି ଯାହାକୁ କି ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି।
‘ଭାରତ’ କୁ ଅଲ୍ଲି ଅବାସ ଜଫର ଡାଇରେକ୍ଟ କରିଛନ୍ତି। ସୁନିଲ ଗ୍ରୋଭର, ତବୁ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ। ଟି ସିରିଜ ପକ୍ଷରୁ ନିର୍ମିତ ଫିଲ୍ମ ‘ଭାରତ’ ଦୁନିଆର ସବୁଠୁ ବଡ଼ ୟୁଟ୍ୟୁବ୍ ଚ୍ୟାନେଲରେ ଲଞ୍ଚ ହେବାକୁ ଥିବା ପ୍ରଥମ ଫିଲ୍ମ ଅଟେ। ଦର୍ଶକ ବି ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।
from Odisha Reporter http://bit.ly/2UGWs6l
No comments:
Post a Comment