
ପୁରୀ(ମଧୁସୂଦନ ମିଶ୍ର): ପବିତ୍ର ପଣା ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ହନୁମାନ ଜନ୍ମ ଜୟନ୍ତୀ ସ୍ୱତନ୍ତ୍ର ରୀତିନୀତିରେ ପାଳିତ ହୋଇଛି। ଏହି ଅବସରରେ ନୂତନ ପଞ୍ଜିକା ପ୍ରଚଳନ ହୋଇଛି। ଏଥିରେ ଚଳିତ ବର୍ଷର ତିଥି ବାର, ନକ୍ଷତ୍ର, ପର୍ବପର୍ବାଣୀ ଆଦିର ସୂଚନା ଦିଆଯାଇଛି।
ଏନେଇ ଜ୍ୟୋତିର୍ବିଦ୍ ନରେଶ ଦାସ କହିଛନ୍ତି,“ ପଣାସଂକ୍ରାନ୍ତିଠାରୁ ନୂତନ ପାଞ୍ଜି ପ୍ରଚଳନ କରାଗଲା। ଆମେ ଏହି ପାଞ୍ଜିରେ କୋଉ ଦିନ ବିବାହ, ବ୍ରତ, ଘର ଓ ଜଳାଶୟ ପ୍ରତିଷ୍ଠା ପାଇଁ ଶୁଭ ରହିଛି, ଦେଖିପାରିବା। ଏଥିସହ କୋଉ ତିଥିରେ ପର୍ବପର୍ବାଣୀ ପାଳନ କରାଯିବ, ଏସମସ୍ତ ତଥ୍ୟ ଏହି ପାଞ୍ଜିରୁ ଆମେ ପାଇପାରିବା। ତେବେ ଚଳିତ ବର୍ଷ ବିଶ୍ୱରେ ଅନେକ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି ହେବ। ଦେଶ ଦେଶ ମଧ୍ୟରେ ପ୍ରତିଯୋଗିତାମୂଳକ ଭାବ ସୃଷ୍ଟି ହେବ। ଭାରତ ବର୍ଷରେ ଲୋକଙ୍କ ଆୟ ବୃଦ୍ଧି ଘଟିବ। ହେଲେ ରାଜ୍ୟଗୁଡ଼ିକ ମଧ୍ୟରେ ବିବାଦ ଦେଖାଦେବ।”
ସେ ଆହୁରି କହିଛନ୍ତି,“ଓଡ଼ିଶାରେ ଚଳତବର୍ଷ କୃଷି ମଧ୍ୟମ ଧରଣର ହେବ। ଗ୍ରହମାନଙ୍କ ସ୍ଥିତି ଭଲ ନାହିଁ ତେଣୁ ବନ୍ୟା ବିତ୍ପାତ, ଅଗ୍ନି ଭୟ ତା’ସହିତ ଭୂକମ୍ପ ହେବାର ମଧ୍ୟ ସମ୍ଭାବନା ରହିଛି। ଏହାସହ ବର୍ଷ ସାରା ରାଜନୈତିକ ଅସ୍ଥିରତା ଦେଖାଯିବ।”
from Odisha Reporter http://bit.ly/2DesKzD
No comments:
Post a Comment