
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଶାସନ ପ୍ରଶାସନ ଧ୍ୱଂସ ହୋଇଗଲାଣି। ଜଣେ ଉଚ୍ଚପଦସ୍ଥ ଅଧିକାରୀ (ପାଣ୍ଡିଆନ୍) ସ୍ୟାଡୋ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କରି ଇଙ୍ଗିତରେ ପୂରା ପ୍ରଶାସନ ଚାଲିଛି। ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି,“ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣା ଅତି ନିନ୍ଦନୀୟ। ରାଜନୀତିରେ ଏହାକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ଉଚ୍ଚପଦସ୍ଥ ଅଧିକାରୀମାନେ ଶାସନ ଚଲାଉଛନ୍ତି, ତାଙ୍କରି ଇଙ୍ଗିତରେ ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଦରକାର। ଦୋଷୀଙ୍କୁ ଦଣ୍ଡ ଦିଆଯିବ ଦରକାର।”
ଓଡ଼ିଶା ଏକ ଶାନ୍ତିପ୍ରିୟ ପ୍ରଦେଶ ହୋଇଥିଲେହେଁ କିଛି ବର୍ଷ ହେବ ବିଜେଡିର କିଛି ଲୋକ ହିଂସାକାଣ୍ଡରେ ଲିପ୍ତ ରହୁଛନ୍ତି ବୋଲି ଅରୁଣ ସିଂହ କହିଛନ୍ତି।
ସେ ଆହୁରି କହିଛନ୍ତି,“ ବିଜେଡି ଲୋକେ ଓ ସରକାର ଆମ କାର୍ଯ୍ୟକର୍ତ୍ତାମାନଙ୍କୁ ଡରାଇବାକୁ ଚାହୁଁଛନ୍ତି। ଆମର କାର୍ଯ୍ୟକର୍ତ୍ତା ଡରିବେ ନାହିଁ। ଅମାର କାର୍ଯ୍ୟକର୍ତ୍ତା ଶାନ୍ତିପ୍ରିୟ ଭାବେ ପ୍ରଚାର କରିବେ। ବୁଲେଟ୍ ଜବାବ ବ୍ୟାଲଟରେ ଦିଆଯିବ।”
ଏ ଘଟଣା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଏହା ବିଜେଡିର ହତାଶାର ପରିଭାଷା। ପରାଜୟ ସୂଚନା ପାଇ ବିଜେଡି ଏଭଳି କରୁଛି। ବହୁ ପୂର୍ବରୁ ବିଜେଡି ହିଂସା ଆଚରଣ କରୁଛି। ଲୋକେ ସେମାନଙ୍କୁ ବିରୋଧ କରନ୍ତୁ।”
from Odisha Reporter http://bit.ly/2VHhRxu
No comments:
Post a Comment